ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀରେ ଭାସିଗଲେ ୨ ଭଉଣୀ, ଜଣଙ୍କର ମୃତଦେହ ଉଦ୍ଧାର

Published By : Prameya-News7 Bureau | October 04, 2018 IST

ଭଦ୍ରକ ୪/୧୦: ଭଦ୍ରକରେ ଅଭାବନୀୟ ଘଟଣା । ସାଳନ୍ଦୀ ନଦୀରେ ଭାସିଗଲେ ୨ ଭଉଣୀ। ଜଣେ ଝିଅର ମୃତ ଦେହ ମିଳିଥିବା  ବେଳେ  ଅନ୍ୟ ଜଣଙ୍କୁ ଖୋଜିବା ଲାଗି  ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ନରିପୁରର ଭବେଶ ମୁଣ୍ଡାଙ୍କ ଝିଅ ରାଧି ଏବଂ ଶୁଭ ଅପରାହ୍ନରେ ନଦୀ କୂଳକୁ ଆସି ସେଠାରୁ ନିଖୋଜ ହୋଇଯାଇଥିଲେ। ଉଭୟଙ୍କ ଚପଲ ନଦୀ ଘାଟରେ ପଡ଼ିଥିବା ଦେଖି ସେମାନେ ନଦୀରେ ଭାସି ଯାଇଥିବା ସନ୍ଦେହ ପ୍ରକାଶ ପାଇଥିଲା। ତେବେ ପରେ ପରେ ସ୍ଥାନୀୟ ଲୋକେ ଏବେ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିବାରୁ ରାଧିର ମୃତଦେହ ମିଳିଛି। ଘଟଣାକୁ ନେଇ ଭଦ୍ରକରେ ଏକ ଶୋକର ବାତାବରଣ ଦେଖାଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.