ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଯାଜପୁରର ଅଶୋକଝର, ବଣଭୋଜି ସହ ବୁଲାବୁଲିର ମଜା ନେଉଛନ୍ତି ପର୍ଯ୍ୟଟକ

Published By : Prameya-News7 Bureau | January 19, 2020 IST

ଯାଜପୁର ୧୯।୧: ଶୀତ ଦିନେ ସାଙ୍ଗସାଥୀ କିମ୍ବା ପରିବାରଙ୍କ ସହ ବୁଲାବୁଲିର ମଜା ଟିକିଏ ନିଆରା । ପ୍ରକୃତିର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବାକୁ ସମସ୍ତେ ପିକନିକ୍ ଯାଆନ୍ତି । ବଣଭୋଜିର ମଜା ନେବା ସହ ପାହାଡ଼, ଜଙ୍ଗଲ, ଝରଣା ଆଦି  ଦେଖିବାକୁ ଯାଜପୁର ସୁକିନ୍ଦା ଅଶୋକଝରକୁ ଯାଉଛନ୍ତି ପର୍ଯ୍ୟଟକ ।

{"id":213304,"sizeSlug":"large"}

ସବୁଜ ବନାନୀ । ଚାରିପାଖରେ ପାହାଡ଼ । ଝରଣାର କୁଳୁକୁଳୁ ନାଦ । କେଉଁ ଉଚ୍ଚରୁ ପାଣି ବୋହୁଆସୁଛି ପାହାଡ଼ ତଳକୁ । ଏଭଳି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଯାଜପୁର ସୁକିନ୍ଦା ସ୍ଥିତ ଅଶୋକଝର ।

{"id":213309,"sizeSlug":"large"}

ଶୀତ ଦିନେ ଏଠି ପର୍ଯ୍ୟଟକଙ୍କ ଭିଡ଼ ଜମେ । ମା’ ଅଶୋକେଶ୍ବରୀଙ୍କ ଦର୍ଶନ କରନ୍ତି ସମସ୍ତେ । ଭୋଜି ସହ ନାଚ-ଗୀତରେ ମଜ୍ଜିଯାଆନ୍ତି ।  ମୋବାଇଲରେ ସ୍ମୃତିକୁ ତୋଳି ଧରନ୍ତି । ଏକଦା ଏହି ସ୍ଥାନ ସାଧୁ ସନ୍ଥଙ୍କ ତପ ଭୂଇଁ ପାଲଟିଥିଲା ।

{"id":213310,"sizeSlug":"large"}

ପାହାଡ଼ର ପାଦଦେଶରୁ ଶୀର୍ଷ ଯାଏଁ ପଡ଼ିଛି ଏକ ଲମ୍ବା ରାସ୍ତା । କେଉଁଠି କେଉଁଠି ଦୃଶ୍ୟମାନ ହେଉଛି ପୁରାତନ ପାହାଚ ମାନ । ପର୍ଯ୍ୟଟକଙ୍କ ଆଖି ଲାଖିଯାଏ ସୌନ୍ଦର୍ଯ୍ୟରେ । ତେବେ ଏଠି ମୌଳିକ ସୁବିଧା ନଥିବାରୁ ନାହିଁ ନଥିବା ସମସ୍ୟା ଭୋଗନ୍ତି ପର୍ଯ୍ୟଟକ । ଶୌଚାଳୟ ନଥିବାରୁ ମହିଳା ପର୍ଯ୍ୟଟକଙ୍କ ସମସ୍ୟା କହିଲେ ନସରେ । ବିଶ୍ରାମାଗାର, ଆଲୋକ ବ୍ୟବସ୍ଥା ମଧ୍ୟ ନାହିଁ ।

{"id":213307,"sizeSlug":"large"}

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଅଶୋକଝର । କିନ୍ତୁ ଏହି ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମିର ବିକାଶ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.