ଦୁନିଆର ସବୁଠାରୁ ସୁନ୍ଦର ଏହି ଦ୍ବୀପରେ ସେଲଫି ନେଲେ ହୋଇପାରେ ମୃତ୍ୟୁ ଦଣ୍ଡ

Published By : Prameya-News7 Bureau | April 06, 2019 IST

ଫୁକେତ ୬/୪ : ଥାଇଲ୍ୟାଣ୍ଡର ଫୁକେତ ଭଳି ଚର୍ଚିତ ଦ୍ବୀପରେ ସେଲଫି ନେଲେ ମୃତ୍ୟୁ ଦଣ୍ଡ ହୋଇପାରେ | ଥାଇଲ୍ୟାଣ୍ଡର ସୁରକ୍ଷା ଅଧିକାରୀ ଚେତାବନୀ ଦେଇ କହିଛନ୍ତି ଯେ, ସେହି ପାଖରୁ ବିମାନ ଯିବା ଆସିବା କରିଥାଏ | ସେଥିପାଇଁ ସେଠାରେ ସେଲଫି ନେବା ପାଇଁ ଲୋକଙ୍କୁ ବାରଣ କରାଯାଇଛି | ସେଲଫି ନେବା ଦ୍ୱାରା ବିମାନ ଚାଳକଙ୍କ ଧ୍ୟାନ ଏପଟସେପଟ ହୋଇ ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି ବୋଲି କହିଛନ୍ତି ଅଧିକାରୀ |

{"id":100900}


ନିୟମ ରକ୍ଷା ନକରୁଥିବା ପର୍ଯ୍ୟଟକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇପାରେ | ତେବେ ଯେଉଁ ଅଂଚଳରେ ସେଲଫି ନେବା ବାରଣ କରାଯାଇଛି ସେହି ଅଂଚଳକୁ ଘେରେଇ ଦିଆଯିବ ବୋଲି କହିଛନ୍ତି ସୁରକ୍ଷା ଅଧିକାରୀ |

{"id":100901}


ଫୁକେତ ଦ୍ବୀପରେ ଥିବା ବିମାନବନ୍ଦର ଜନଗହଳିପୂର୍ଣ୍ଣ | ସେଥିପାଇଁ ପାଖରୁ ଉଡୁଥିବା ବିମାନ ସହ ସେଲଫି ନେବାକୁ ଲୋକ ପସନ୍ଦ କରିଥାନ୍ତି | ଏହି ଦ୍ବୀପକୁ ଲୋକପ୍ରିୟ ପର୍ଯ୍ୟଟକ ସ୍ଥାନ ବୋଲି କୁହାଯାଏ | ସୋସିଆଲ ମିଡ଼ିଆରେ ସେୟାର କରାଯାଇଥିବା ଫଟୋରେ ଆପଣମାନେ ଦେଖିପାରୁଥିବେ ଯେ, ଜେଟ ବିମାନ ପର୍ଯ୍ୟଟକଙ୍କ କେତେ ନିକଟରୁ ଯାଉଛି | ଏହି ଫଟୋ ବା ସେଲଫି ଯୋଗୁଁ ସୁରକ୍ଷା ଅଧିକାରୀ ଚିନ୍ତିତ ହୋଇଗଲେଣି | ଚେତାବନୀ ଦେବା ପରେ ମଧ୍ୟ ପର୍ଯ୍ୟଟକ ନିୟମ ମାନୁ ନାହାନ୍ତି | ସେଥିପାଇଁ ନିୟମ ଉଲଂଘନ କଲେ ମୃତ୍ୟୁ ଦଣ୍ଡ ମିଳିପାରେ ବୋଲି କହିଛନ୍ତି ସୁରକ୍ଷା ଅଧିକାରୀ |

{"id":100903}


ତେବେ ଫଟୋ ଉଠାଇବା ଯୋଗୁଁ ବିମାନର ସୁରକ୍ଷା କିଭଳି ବିପଦରେ ପଡିବ ସେନେଇ ଅଧିକାରୀ କିଛି କହିନାହାନ୍ତି | ଡ୍ରନ କିମ୍ବା ଲେଜର କ୍ୟାମେରା ଯୋଗୁଁ ଯେଉଁଭଳି ପାଇଲଟ ବିଭ୍ରାନ୍ତ ହୋଇଥାନ୍ତି, ସେହିଭଳି ଫଟୋ ଉଠାଇବା ଦ୍ୱାରା ମଧ୍ୟ ପାଇଲଟଙ୍କ ଧ୍ୟାନ ଏପଟ ସେପଟ ହୋଇପାରେ ବୋଲି ଆଶଙ୍କା କରି ଏହିଭଳି ନିୟମ ଜାରି କରିଛନ୍ତି |

{"id":100904}

ନିୟମ ଭାଙ୍ଗିଲେ ସ୍ଥାନୀୟ ଆଇନ ଅନୁଯାୟୀ ମୁକଦ୍ଦମା କରାଯିବ ଏବଂ ସର୍ବାଧିକ ଦଣ୍ଡ ମୃତ୍ୟୁ ଦଣ୍ଡ ମିଳିବ ବୋଲି କହିଛନ୍ତି ସୁରକ୍ଷା ଅଧିକାରୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.