ଟାଇଗର ଶାର୍କର ପେଟରୁ ବାହାରିଲା ପର୍ଯ୍ୟଟକଙ୍କ ହାତ : ବିବାହ ମୁଦିରୁ ମିଳିଥିଲା ପରିଚୟ

Published By : Prameya-News7 Bureau | November 07, 2019 IST

ରିୟୁନିଅନ ଦ୍ବୀପ ୭/୧୧: ଭାରତୀୟ ମହାସାଗରର ରିୟୁନିଅନ ଦ୍ବୀପରେ ଚଳିତ ସପ୍ତାହରେ ସମୁଦ୍ର କୂଳରେ ଏକ ଟାଇଗର ଶାର୍କ ପହଁରୁଥିବା ଦେଖାଯାଇଥିଲା। ଏହି ଦ୍ବୀପ ଶାର୍କ ଆକ୍ରମଣ ପାଇଁ କୁଖ୍ୟାତ। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ପ୍ରଶାସନକୁ ଏହି ମାଛକୁ ମାରିବାକୁ ପଡ଼ିଥିଲା। ଯେତେବେଳେ ଏହି ଶାର୍କର ଅଟୋପ୍ସି କରାଯାଇଥିଲା ଏହାର ପେଟରେ ମୁଦି ପିନ୍ଧିଥିବା ଏକ ହାତ ବାହାରିଥିଲା। ଯାଞ୍ଚରୁ ଜଣା ପଡ଼ିଥିଲା ଯେ ଏହି ହାତ ଜଣେ ବ୍ରିଟିଶ ପର୍ଯ୍ୟଟକଙ୍କର ଯିଏ ଦୁଇ ଦିନ ତଳେ ସମୁଦ୍ରରେ ପହଁରୁଥିବାବେଳେ ହଜି ଯାଇଥିଲେ। ରିୟୁନିଅନ ଦ୍ବୀପ ଆଫ୍ରିକାର ପୂର୍ବ ତଟରେ ଥିବା ମାଡ଼ାଗାସ୍କରଠୁ ୫୦୦ମାଇଲ୍ ଦୂରରେ ଅବସ୍ଥିତ।

{"id":180394,"width":593,"height":333}

ସ୍କଟଲ୍ୟାଣ୍ଡର ୪୪ବର୍ଷ ବୟସ୍କ ବ୍ରିଟିଶ ନାଗରିକ ନିଜ ପତ୍ନୀଙ୍କ ସହ ଛୁଟି ମନାଇବାକୁ ରିୟୁନିଅନ ଦ୍ବୀପକୁ ଆସିଥିଲେ। ଗତ ଶନିବାର ଏଠାକାର ହର୍ମିଟେଜ ଲାଗୁନରେ ଏକୁଟିଆ ପହଁରିବାକୁ ଯାଇଥିଲେ। ଅନେକ ସମୟ ବିତିଯିବା ପରେ ସେ ଯେତେବେଳେ ସେ ଫେରି ନଥିଲେ ତାଙ୍କ ପତ୍ନୀ ସୁରକ୍ଷାକର୍ମୀଙ୍କ ସହ କଥା ହୋଇଥିଲେ। ତାଙ୍କୁ ଖୋଜିବା ପାଇଁ ସ୍ଥାନୀୟ ପ୍ରଶାସନ ଜାହାଜ ଏବଂ ହେଲିକପ୍ଟର ଜରିଆରେ ସବୁ ସ୍ଥାନରେ ଦେଖିଥିଲେ।

{"id":180395}

 ତାଙ୍କୁ କୋରାଲ ରିଫରେ ମଧ୍ୟ ଖୋଜା ଯାଇଥିଲା। କିନ୍ତୁ କେଉଁଠି ମଧ୍ୟ ତାଙ୍କ ପତ୍ତା ମିଳିନଥିଲା।

{"id":180397}

ନିଖୋଜ ବ୍ୟକ୍ତିଙ୍କ ପତ୍ନୀଙ୍କ କହିବାନୁସାରେ ସେ ଜଣେ ଦକ୍ଷ ପହଁରାଳି ଥିଲେ। ତାଙ୍କୁ ସମୁଦ୍ରରୁ ବାହାରକୁ ବାହାରିବାର ଦେଖାଯାଇଥିଲା। ପରେ ଶାର୍କର ପେଟରୁ ମିଳିଥିବା ହାତର ମୁଦିରୁ ମହିଳା ତାଙ୍କ ସ୍ବାମୀଙ୍କୁ ଚିହ୍ନି ପାରିଥିଲେ। ତଥାପି ସ୍ପଷ୍ଟୀକରଣ ପାଇଁ ହାତର ଡିଏନଏ ଟେଷ୍ଟ କରାଯାଉଛି।

{"id":180399}

ଭାରତୀୟ ମହାସାଗରର ରିୟୁନିଅନ ଦ୍ବୀପ ସାର୍କ ଆକ୍ରମଣ ପାଇଁ ବଦନାମ। ଏଠାରେ ୨୦୧୧ରୁ ଏବେ ଯାଏଁ ୨୪ଟି ଶାର୍କ ଆକ୍ରମଣ ହୋଇ ସାରିଛି। ଏହି ଆକ୍ରମଣରେ ୧୧ଜଣଙ୍କର ମୃତ୍ୟୁ ହୋଇସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.