ରକ୍ତାକ୍ତ ଅବସ୍ଥାରେ ହୋଟେଲରୁ ମିଳିଲା ମହିଳା ପର୍ଯ୍ୟଟକଙ୍କ ଶବ : ବୟଫ୍ରେଣ୍ଡ ଗାୟେବ

Published By : Prameya-News7 Bureau | April 29, 2019 IST

ପାନାଜୀ ୨୯/୪: ଗୋଆର ଉତ୍ତରରେ ଅରପୋରା ଗାଁରେ ଥିବା ଏକ ହୋଟେଲ୍ ରୁମରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶନିବାର ଜଣେ ମହିଳା ପର୍ଯ୍ୟଟକଙ୍କ ଶବ ମିଳିଛି। ମହିଳାଙ୍କ ନାଁ ଅଳକା ଏବଂ ସେ ହିମାଚଳ ପ୍ରଦେଶରେ ରହୁଥିବା କଥା ଜଣାପଡ଼ିଛି। ଏହା ପୂର୍ବରୁ ମଧ୍ୟ ଏଠାରେ ଏହିପରି ଘଟଣା ଘଟିସାରିଛି। ପୋଲିସ୍ ଏହି ମାମଲାକୁ ନେଇ ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ ହିମାଚଳ ପ୍ରଦେଶର ଜଣେ ୨୫ବର୍ଷ ବୟସ୍କା ମହିଳା ପର୍ଯ୍ୟଟକଙ୍କ ରକ୍ତାକ୍ତ ଶବ ଉତ୍ତର ଗୋଆର ଏକ ହୋଟେଲରୁ ମିଳିଛି। ଶନିବାର ଏହି ହୋଟେଲ ରୁମରେ ମହିଳାଙ୍କୁ ହତ୍ୟା କରାଯାଇଛି। ଶବକୁ ପୋଷ୍ଟମର୍ଟମ୍ କରାଯିବା ପାଇଁ ପାନାଜୀର ନିକଟସ୍ଥ ବାମୋବିଲ୍ମର ଗୋଆ ମେଡିକାଲ କଲେଜକୁ ପଠାଯାଇଛି।

ପୋଲିସଙ୍କ କହିବାନୁସାରେ ମହିଳାଙ୍କ ନାଁ ଅଳକା ଏବଂ ସେ ହିମାଚଳ ପ୍ରଦେଶରୁ ଆସି ତାଙ୍କ ପ୍ରେମିକଙ୍କ ସହ ଗୋଆରେ ରହୁଥିଲେ। ଉକ୍ତ ମହିଳା ଜଣକ ଅପ୍ରେଲ୍ ୨୦ତାରିଖ ନିଜ ବୟଫ୍ରେଣ୍ଡ ସହ ହୋଟେଲକୁ ଏଣ୍ଟ୍ରି କରିଥିଲେ। ଘଟଣା ପରଠୁ ତାଙ୍କ ବୟଫ୍ରେଣ୍ଡ ନିଖୋଜ ଅଛନ୍ତି। ଶନିବାର ହୋଟେଲର ଓ୍ବେଟର କବାଟ ଖୋଲିବାରୁ ଘଟଣା ସମ୍ପର୍କରେ ଜଣା ପଡ଼ିଥିଲା।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.