ପୁରୀରେ ଭକ୍ତଙ୍କୁ ମରଣାନ୍ତକ ଆକ୍ରମଣ, ଧାରୁଆ ଅସ୍ତ୍ରରେ କାଟିଦେଲେ ବେକ, ଏଥିସହ ଆଜି ସହରରେ ଘଟିଛି ତିନୋଟି ଅପରାଧ

Published By : Prameya-News7 Bureau | December 25, 2018 IST

wp:core-embed/youtube {"url":"https://www.youtube.com/watch?v=HwgW4jq0n_k","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=HwgW4jq0n_k
/wp:core-embed/youtube

ପୁରୀ ୨୫/୧୨ : ଆଜି ଖ୍ରୀଷ୍ଟମାସରେ ଅଶାନ୍ତ ହୋଇପଡ଼ିଛି ପୁରୀ ସହର ।  ପୁରୀ ସହରେ ଆଜି ଦିନରେ ତିନି ତିନିଟି ଅପରାଧ ଘଟିଛି । ଯାହା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି ଓ ସହରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । କିଛି ସମୟ ପୂର୍ବରୁ ଜଣେ ଭକ୍ତଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।  ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।  ଆହତ ଭକ୍ତ ହେଲେ ପ୍ରମୋଦ ଜେନା । ଜଗନ୍ନାଥ ବଲ୍ଲଭ ପାର୍କିଂରେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଦାଦାବଟି ଆଦାୟକୁ ନେଇ ପ୍ରମୋଦଙ୍କୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ଗୁରୁତର ଅବସ୍ଥାରେ ପ୍ରମୋଦଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟ ଘଟଣାରେ ପୋଲିସ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ।

{"id":67208}

ସେହିପରି ଆଜି ସଂଧ୍ୟାରେ ଜଣେ କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ନରେନ୍ଦ୍ର କୋଣରେ ଅଜିତ ବେହେରାଙ୍କୁ ଆକ୍ରମଣ ହୋଇଛି ।  ଜମି ଜମା ବିବାଦ ପାଇଁ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ଅଜିତଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଦେହର ୩ଟି ସ୍ଥାନକୁ ଭୁଜାଲିରେ ହାଣିଛନ୍ତି ଦୁର୍ବୃତ୍ତ । ଆଜି ଦିନରେ ୨ ଅପରାଧୀ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ଗୋଟିଏ ଗୋଷ୍ଠୀ ଅନ୍ୟ ଉପରକୁ ଗୁଳି ଚଳାଇଥିଲା । ଏଥିରେ ସଂଜୟ ଓରଫ ପାରା ଗୁରୁତର ଆହତ ହୋଇଛି । ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ନିକଟରେ ହିଁ ପାରା ଉପରେ ଗୁଳିମାଡ଼ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.