Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ମହାମାରୀ ଘୋଷିତ ହେଲା କରୋନା : ଏପ୍ରିଲ ୧୫ ଯାଏଁ ଟୁରିଷ୍ଟ ଭିସା ସସ୍‌ପେଣ୍ଡ

12/03/2020 at 11:54 AM

ନୂଆଦିଲ୍ଲୀ ୧୨/୩: ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି | ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଦେଶର ଟୁରିଷ୍ଟ ଭିଜା ରଦ୍ଦ କରି ଦେଇଛନ୍ତି | ଏଯାଏଁ କେରଳରେ ୮ଟି, ମୁମ୍ବାଇରେ ୨, ଦିଲ୍ଲୀ ଏବଂ ରାଜସ୍ଥାନରେ ନୂଆ ମାମଲା ସାମ୍ନାକୁ ଆସିଛି |

ଭାରତରେ ୨୪ ଘଣ୍ଟାରେ ୧୨ ନୂଆ ମାମଲା…

ଏହାମଧ୍ୟରେ ଭାରତରେ ୨୪ ଘଣ୍ଟାରେ କରୋନା ରେ ୧୨ ଜଣ ସଂକ୍ରମିତ ହୋଇଥିବା ମାମଲା ସାମ୍ନାକୁ ଆସିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ଅନୁଯାୟୀ, କେରଳରେ ୮, ଦିଲ୍ଲୀରେ ଜଣେ ଏବଂ ରାଜସ୍ଥାନରେ ଜଣେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି | ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁମ୍ବାଇରେ ୨ଟି ନୂଆ ମାମଲା ସହ ରାଜ୍ୟରେ ମୋଟ ୧୦ ଜଣ ସଂକ୍ରମିତ ହୋଇଥିବା ସ୍ପଷ୍ଟ କରିଛନ୍ତି | ଇତିମଧ୍ୟରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୬୮ ହୋଇଛି | ସରକାର ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଦେଶର ଟୁରିଷ୍ଟ ଭିଜା ରଦ୍ଦ କରିଦେଇଛନ୍ତି  |

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କରୋନା ଭୟକୁ ନେଇ ସମସ୍ତ ମନ୍ତ୍ରୀଙ୍କୁ ନେଇ ଏହି ନିଷ୍ପତ୍ତି ନେଇଛନ୍ତି | ଏହା ମଧ୍ୟରେ ସମସ୍ତ ମନ୍ତ୍ରାଳୟ ଛଡା ରାଜ୍ୟର ବର୍ତ୍ତମାନ ସ୍ଥିତିକୁ ନେଇ ସମୀକ୍ଷା କରାଯାଇଛି | ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଟୁରିଷ୍ଟ ଭିଜା ଅସ୍ଥାୟୀ ଭାବେ ରଦ୍ଦ କରାଯାଇଛି | ଏହାସହ ଯାତ୍ରୀଙ୍କ ଇ-ଭିଜା ଉପରେ ମଧ୍ୟ ରୋକ ଲଗାଯାଇଛି | ସମସ୍ତ ରାଜ୍ୟକୁ ଆଡ଼ଭାଇଜାରୀ ଜାରି କରାଯାଇଛି | ଚୀନ, ଦକ୍ଷିଣ କୋରିଆ, ହଂକଂ, ସିଙ୍ଗାପୁର, ଇରାନ, ମାଲେସିଆ, ଥାଇଲ୍ୟାଣ୍ଡ, ଇଟାଲୀ, ଜାପାନ, ଫ୍ରାନ୍ସ, ଜର୍ମାନୀ ଏବଂ ସ୍ପେନକୁ ଯାତ୍ରା କରୁଥିବା ଲୋକଙ୍କ ଘରେ ୧୪ ଦିନ ପର୍ଯ୍ୟନ୍ତ ପୃଥକ ରହିବା ପାଇଁ କୁହାଯାଇଛି |

ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ ସି.ବିଜୟ ଭାସ୍କର ରାଜ୍ୟରେ ସଂକ୍ରମିତ ହୋଇଥିବା କରୋନା ରୋଗୀ ସୁସ୍ଥ ଥିବା ସ୍ପଷ୍ଟ କରିଛନ୍ତି | ସଂକ୍ରମିତ ହୋଇଥିବା ଏହି ବ୍ୟକ୍ତି ଜଣକ ଓମାନରୁ ଆସିଛନ୍ତି | ଚିକିତ୍ସା ପରେ ତାଙ୍କର ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି ବୋଲି ସେ କହିଛନ୍ତି | ଅନ୍ୟପକ୍ଷରେ କେରଳରେ ୩ଜଣ ରୋଗୀ ସୁସ୍ଥ ହୋଇ ସାରିଛନ୍ତି | କର୍ଣ୍ଣାଟକର କଲବୁର୍ଗୀରେ ଜଣେ ସନ୍ଦିଗ୍ଧ ରୋଗୀଙ୍କ ମୃତ୍ୟୁ ହୋଇଛି | ଉକ୍ତ ମୃତ ବ୍ୟକ୍ତିଙ୍କ ଯାଞ୍ଚ ରିପୋର୍ଟ ଏଯାଏଁ ଆସିନାହିଁ |

୩୧ଯାଏଁ ଅନ୍ତର୍ଜାତୀୟ କୄଜକୁ ଦେଶ ମଧ୍ୟକୁ ପ୍ରବେଶ ପାଇଁ ରୋକ

କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଫେବୃଆରୀ ୧ ତାରିଖ ପରଠାରୁ ପ୍ରଭାବିତ ଦେଶଗୁଡିକୁ ଯାତ୍ରା କରୁଥିବା ଅନ୍ତର୍ଜାତୀୟ କୄଜ, ଚାଳକ ଦଳ ସଦସ୍ୟ ଏବଂ ଯାତ୍ରୀଙ୍କ ପ୍ରବେଶ ଉପରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି | ଜାହାଜ ମନ୍ତ୍ରାଳୟ ବୁଧବାର ଦିନ କହିଛନ୍ତି ଯେ, କେବଳ ସେହି ଅନ୍ତର୍ଜାତୀୟ କୄଜଗୁଡିକୁ ଭାରତୀୟ ବନ୍ଦରକୁ ଆସିବାକୁ ଅନୁମତି ଦିଆଯିବ ଯେଉଁମାନେ ଜାନୁଆରୀ ୧ ତାରିଖ ସୁଦ୍ଧା ଆସିବା ପାଇଁ ସୂଚନା ଦେଇଥିଲେ | ତଥା ଯେଉଁ କୄଜରେ ଚାଳକ ଦଳ ଏବଂ ଯାତ୍ରୀଙ୍କ ପାଇଁ ଥର୍ମାଲ ସ୍କ୍ରିନିଙ୍ଗ ସୁବିଧା ଥିବ |

ଭାରତ ବୁଧବାର ଦିନ ସମସ୍ତ ଟୁରିଷ୍ଟ ଭିଜା ଏପ୍ରିଲ ୧୫ ତାରିଖ ଯାଏଁ ରଦ୍ଦ କରିଦିଆଯାଇଛି | ଏହି ସମ୍ବନ୍ଧୀୟ ଏକ ବୟାନ ଅନୁଯାୟୀ, ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଏହିଭଳି ପଦକ୍ଷେପ ନେଇଛନ୍ତି | ବୟାନ ଅନୁଯାୟୀ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି |

ଡେଲ ଏବଂ ମାଇଣ୍ଟ୍ରି କର୍ମଚାରୀ କୋରନା ପଜିଟିଭ –

ଏହାମଧ୍ୟରେ ଆଇଟି କମ୍ପାନୀ ଡେଲ ଏବଂ ମାଇଣ୍ଟ୍ରିର ୨ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି | ଉଭୟ କମ୍ପାନୀ ଭିନ୍ନ ଭିନ୍ନ ବୟାନରେ କହିଛନ୍ତି ଯେ, ଡେଲ କର୍ମଚାରୀ ଆମେରିକାରୁ ଫେରିଛନ୍ତି | ସେ ଆମେରିକା ଟେକ୍ସସରୁ ଯାତ୍ରା କରି ଫେରିଛନ୍ତି | ମାଇଣ୍ଟ୍ରି କର୍ମଚାରୀ ମଧ୍ୟ ବିଦେଶ ଯାତ୍ରା କରି ଫେରିଛନ୍ତି |

ଇଟାଲୀରୁ ୮୩  ଯାତ୍ରୀଙ୍କୁ ମାନେସର ନିଆଯାଇଛି –

ଏହାମଧ୍ୟରେ, ଇଟାଲୀର ଏୟାର ଇଣ୍ଡିଆ ଫ୍ଲାଇଟ ସଂଖ୍ୟା ଏଆଇ ୧୩୮ ଆଇ ୮୩ ଯାତ୍ରୀଙ୍କୁ ମାନେସର ସ୍ଥିତ ସେନା କେନ୍ଦ୍ରକୁ ନିଆଯାଇଥିଲା | ଏହି ବିମାନ ସ୍କ୍ରିନିଙ୍ଗ ବିନା ଦିଲ୍ଲୀରେ ପହଞ୍ଚିଥିଲା | ବିମାନରେ ୭୪ ଜଣ ଭାରତୀୟ ଏବଂ ୯ଜଣ ବିଦେଶୀ ଯାତ୍ରୀ ଥିଲେ | ଏମାନଙ୍କ ମଧ୍ୟରେ ୧୬ଜଣ ଶିଶୁ ଏବଂ ଜଣେ ନବଜାତ ମଧ୍ୟ ଅଛନ୍ତି | ବିଶେଷଜ୍ଞ ଡାକ୍ତରଙ୍କ ଟିମ ସମସ୍ତ ଯାତ୍ରୀଙ୍କ ପରୀକ୍ଷା କରିବେ | ଯେଉଁ ଯାତ୍ରୀଙ୍କ ମଧ୍ୟରେ କରୋନା ଲକ୍ଷଣ ପରିଲକ୍ଷିତ ହେବ ସେମାନଙ୍କୁ ଆଇସୋଲେସନ ବୋର୍ଡକୁ ସ୍ଥାନାନ୍ତର କରାଯିବ |

ପ୍ରଭାବିତ ଦେଶରେ ୯୦୦ ଭାରତୀୟ –

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ୯୪୮ ଭାରତୀୟଙ୍କୁ ସଂକ୍ରମିତ ଦେଶରୁ ବାହାର କରାଯାଇଛି | କେନ୍ଦ୍ର ସରକାର ନିଜ ନାଗରିକଙ୍କ ଛଡା ଅନ୍ୟ ଦେଶର ନାଗରିକମାନଙ୍କୁ ମଧ୍ୟ ବାହାର କରିଛନ୍ତି | ଏମାନଙ୍କ ମଧ୍ୟରେ ୯୦୦ ଜଣ ଭାରତୀୟ ନାଗରିକ ସାମିଲ ଅଛନ୍ତି | କରୋନା ଯୋଗୁଁ ଅନ୍ୟଥା ବିଦେଶ ଯାତ୍ରା ନ କରିବା ପାଇଁ ସରକାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି |  

ଦେଶରେ ବର୍ତ୍ତମାନ ସୁଦ୍ଧା କେଉଁଠି କେତେ ଆକ୍ରାନ୍ତ –      

ରାଜସ୍ଥାନରେ ୧୮, କେରଳରେ ୧୭, ଉତ୍ତର ପ୍ରଦେଶରେ ୮, ଦିଲ୍ଲୀରେ ୫, କର୍ଣ୍ଣାଟକ ୪, ମହାରାଷ୍ଟ୍ର ୭, ଲଦାଖ ୨, ତାମିଲନାଡୁରେ ୧, ପଞ୍ଜାବରେ ଜଣେ, ଜାମ୍ମୁ କାଶ୍ମୀରରେ ଜଣେ, ତେଲେଙ୍ଗାନାରେ ଜଣେ |

ସଂକ୍ରମଣ ପରେ ଜାମ୍ମୁ କାଶ୍ମୀରରେ ସତର୍କତା ବଢ଼ାଇ ଦିଆଯାଇଛି | ଜାମ୍ମୁ କାଶ୍ମୀର ଏବଂ ଲଦାଖର ସମସ୍ଥ ସ୍କୁଲ କଲେଜ, ଷ୍ଟାଡିୟମ, କ୍ଲବ ଗୁରୁବାର ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି |

ଭାରତୀୟ ପ୍ରବନ୍ଧକ ସଂସ୍ଥା ଆଇଆଇଏମ ଲଖନଉ ମାର୍ଚ୍ଚ ୨୧ ତାରିଖରେ ହେବାକୁ ଥିବ ୩୪ତମ ଦୀକ୍ଷାନ୍ତ ସମାରୋହକୁ ସ୍ଥଗିତ କରିଛନ୍ତି | ଅପରପକ୍ଷରେ ଇନ୍ଦୋରରେ ମଧ୍ୟ ହେବାକୁ ଥିବ ୨୧ତମ ବାର୍ଷିକ ସମାରୋହକୁ ସ୍ଥଗିତ କରିଦିଆଯାଇଛି |

   Related Posts