ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଭାସି ପର୍ଯ୍ୟଟକ ନିଖୋଜ, ଉଦ୍ଧାର ପାଇଁ ଉଦ୍ୟମ ଜାରି

Published By : Prameya-News7 Bureau | October 27, 2020 IST

ପୁରୀ ୨୭।୧୦: ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ । ଗାଧୋଇବା ବେଳେ ଅସାବଧାନତା ବଶତଃ ପର୍ଯ୍ୟଟକ ଜଣଙ୍କ ଭାସିଯାଇଥିବା ଜଣାପଡିଛି । ନିଖୋଜ ପର୍ଯ୍ୟଟକ ଜଣଙ୍କ ହେଲେ ଝାଡଖଣ୍ଡର ତାନିସ୍କ ବିନୟ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଲାଇଭ୍ ଗାର୍ଡ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

{"id":351517,"sizeSlug":"large"}

ଝାଡଖଣ୍ଡର ବିନୟ ରାୟ ପୁଅ ହେଉଛନ୍ତି ତାନିସ୍କ । ସେ ତାଙ୍କ ପରିବାର ସହ ପୁରୀ ଭ୍ରମଣରେ ଆସିଥିଲେ । ଦିଗବାରେଣିଠାରେ ସଦୁଦ୍ରରେ ଗାଧାଉଥିବା ବେଳେ ସମୁଦ୍ର ଜୁଆରରେ ଭାସିଯାଇଥିଲେ । ନିଖୋଜ ତାନିସ୍କଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରହିଛି । ତାନିସ୍କ ଯୁକ୍ତ ଦୁଇ ଛାତ୍ର ବୋଲି ଜଣାପଡିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.