Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ପଞ୍ଚଲିଙ୍ଗେଶ୍ବର ଶୈବପୀଠରେ ପାର୍କିଂ କର୍ମଚାରୀ ପର୍ଯ୍ୟଟକଙ୍କୁ ମାଡ ମାରିବା ଘଟଣା : ଥାନାର ଦ୍ବାରସ୍ଥ ହେଲେ ଆହତ ପର୍ଯ୍ୟଟକ

29/10/2019 at 3:21 PM

ନୀଳଗିରି ୨୯।୧୦:  ବାଲେଶ୍ଵର ଜିଲ୍ଲା ନୀଳଗିରି ପଞ୍ଚଲିଙ୍ଗେଶ୍ୱରକୁ ଦର୍ଶନ କରିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ପାର୍କିଂ କର୍ମଚାରୀ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପାର୍କିଂ କର୍ମଚାରୀ ଧାର୍ଯ୍ୟ ଟଙ୍କା ଠାରୁ ଯଥେଷ୍ଟ ଅଧିକା ଟଙ୍କା ନେବା ଯୋଗୁଁ ପର୍ଯ୍ୟଟକ ପ୍ରତିବାଦ କରିବାରୁ ତାଙ୍କୁ ଅତି ଅମାନୁଷିକ ଭାବରେ ମାଡ଼ ମରାଯାଇଥିବା ଜଣାପଡିଛି।ଫଳରେ ୬ ଜଣ ଆହତ ହୋଇ ନୀଳଗିରି ଥାନାର ଦ୍ୱାରସ୍ଥ ହେବା ସହ ନ୍ୟାୟ ଭିକ୍ଷା କରିଛନ୍ତି।

ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ପଂଚଲିଙ୍ଗେଶ୍ୱର ।ଦୈନନ୍ଦିନ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ହେଲେ ଏହି ପୀଠ ଅସାମାଜିକ ଯୁବକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ସୋମବାର ଦିନ ଯାଜପୁର ଜିଲ୍ଲା ସଦର ଥାନା ଅଧିନ କଳସପୁର ଗ୍ରାମର ବେଣୁଧର ଦ୍ବିବେଦୀ ସପରିବାର ଓ ବନ୍ଧୁବାନ୍ଧବ ଗୋଟିଏ ବୋଲେରୋ ଓ ଚାରୋଟି ବାଇକରେ ଏହି ପ୍ରସିଦ୍ଧ ଶୈବପୀଠକୁ ଦର୍ଶନ କରିବାକୁ ଆସିଥିଲେ। ଦର୍ଶନ କରିସାରି ଫେରିବା ବେଳେ ପାର୍କିଂ ଫିକୁ ନେଇ ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା।

ପାର୍କିଂ ଆଦାୟ କରୁଥିବା କର୍ମଚାରୀ ପକ୍ଷରୁ ବାଇକ ପାଇଁ  ୧୦ଟଙ୍କା ପରିବର୍ତ୍ତେ ୨୦ ଟଙ୍କା ଆଦାୟକୁ ବିରୋଧ କରାଯାଇଥିଲା।ସରକାର ବସ୍ ପାଇଁ ୧୦୦ ଟଙ୍କା, ଛୋଟ ଚାରି ଚକିଆ ଯାନ ପାଇଁ ୩୫ ଟଙ୍କା, ବାଇକ ପାଇଁ ୧୦ ଟଙ୍କା, ସାଇକେଲ ପାଇଁ ୫ ଟଙ୍କା ସ୍ଥିର ହୋଇଛି। ତେବେ କଣ ପାଇଁ ଅଧିକ ଟଙ୍କା ନଉଛ କହିବାରୁ ପାର୍କିଂ କର୍ମଚାରୀ ମାନେ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ। ଏପରିକି ଘଟଣାସ୍ଥଳ ରଣକ୍ଷେତ୍ର ପାଲଟିଥିଲା। ଚାରି ଜଣ ପୁରୁଷ ଓ ଦୁଇ ମହିଳା ପର୍ଯ୍ୟଟକଙ୍କୁ ଠେଙ୍ଗାରେ ଅତି ଅମାନୁଷିକ ଭାବେ ମାଡ଼ ମାରିଥିବା ଜଣାପଡିଛି।

ଏପରିକି ଆହତ ପ୍ରେମାନନ୍ଦ ଦାଶ, ରାହୁଲ ମିଶ୍ର, ପ୍ରିୟଙ୍କା ଦାଶ, ଜ୍ଞାନିଜୟ ଦ୍ବିବେଦୀ, ଦମୟନ୍ତୀ ଦ୍ବିବେଦୀ,ବେଣୁଧର ଦ୍ବିବେଦୀ ନୀଳଗିରି ହସ୍ପିଟାଲରେ ଭର୍ତି ହୋଇଛନ୍ତି। ଏନେଇ ନୀଳଗିରି  ଥାନାରେ ଏଜ  ଲିଖିତ ଅଭିଯୋଗ ହୋଇଥିବାବେଳେ  ନୀଳଗିରି ପୋଲିସ ତଦନ୍ତ ଆରମ୍ଭ କରି ୨୬୦ ନମ୍ୱର ମାମଲା ରୁଜୁ କରିଛି।।ଆହତ ମଧ୍ୟରୁ ଜଣେ ଆର୍ମିରେ କାର୍ଯ୍ୟରତ ଥିବା ଜଣାପଡିଛି।

ପୂର୍ବରୁ ଏହି ପାର୍କିଂରେ ବହୁବାର ନିର୍ଦ୍ଧାରିତ ଫିସଠାରୁ ଅଧିକ ନେବାନେଇ ଅଭିଯୋଗ ହୋଇ ଆସୁଥିବାବେଳେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଛି।ଏପରିକି ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିବା ବେକେ କୌଣସି ସଫଳ ମିଳିପାରିନାହିଁ। ଆଜି ମହିଳାମାନଙ୍କୁ ମାଡ଼ ଓ ଦୁର୍ବ୍ୟବହାର ନେଇ ଘଟଣାର ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ୍ୟାୟ ମାଗିଛନ୍ତି ପର୍ଯ୍ୟଟକ।

ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ପାର୍କିଂ ଟେଣ୍ଡର ନେଇଥିବା ବ୍ୟକ୍ତି ଲମ୍ବୋଧର ବିଶ୍ୱାଳ ନିକଟ ଅତୀତରେ ଯାତ୍ରୀବାହୀ ବସ କଣ୍ଡକ୍ଟରଙ୍କୁ ଆକ୍ରମଣ କରି ଟଙ୍କା ଲୁଟ୍ କରିଥିବା ଅଭିଯୋଗ ନେଇ ବିଚାରବିଭାଗୀୟ ଜେଲରେ ଅଛନ୍ତି।ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟିଦେଇ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବିହେଉଛି ।

   Related Posts