Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଣାର୍କ ବେଳାଭୂମିରେ ଅଶାନ୍ତ ସମୁଦ୍ର : ପର୍ଯ୍ୟଟକଙ୍କୁ ଖାଲି କଲା ପ୍ରଶାସନ

1/05/2019 at 7:31 PM

ଭୁବନେଶ୍ୱର ୧/୫ : ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେଇଛି ବାତ୍ୟା ଫନି | କୋଣାର୍କ ବେଳାଭୂମିରେ ଅଶାନ୍ତ ହୋଇପଡିଛି ସମୁଦ୍ର | ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି | କୋଣାର୍କ ଅଂଚଳରୁ ପର୍ଯ୍ୟଟକଙ୍କୁ ଖାଲି କରିଛି ପ୍ରଶାସନ | ସମସ୍ତ ପର୍ଯ୍ୟଟକଙ୍କୁ କୋଣାର୍କ ଛାଡି ଯିବାକୁ କହିଛି ପ୍ରଶାସନ | ପୁରୀରୁ ୬୧୦ କି:ମି ଦୂରରେ ରହିଛି ବାତ୍ୟା ଫନି | ପବନର ବେଗ ଘଣ୍ଟା ପ୍ରତି ୧୭୫ କି:ମି: ରୁ ୧୮୫ କି:ମି ରହିବ | ରାୟଗଡା, କୋରାପୁଟ, ଗଂଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର | ୧.୫ ମିଟର ଉଚ୍ଚ ସମୁଦ୍ର ଜୁଆର ଉଠିବ | ପୁରୀ ଜଗତସିଂହପୁର ଜିଲ୍ଲା ମଝିରେ ଲ୍ୟାଣ୍ଡଫଲ କରିବ ଫନି | କାଲିଠାରୁ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ |


ମୁକାବିଲା ନେଇ ଦିଲ୍ଲୀରେ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ଥରୀୟ ବୈଠକ ବସିଛି | କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ବୈଠକରେ ଉପସ୍ଥିତ ଅଛିନ | କେନ୍ଦ୍ର ସରକାର ରାଜ୍ୟକୁ ସବୁ ପ୍ରକାର ସାହାଯ୍ୟ କରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର |

   Related Posts