ପୁରୀ ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକଙ୍କ ମୃତ୍ୟୁ
11/09/2018 at 6:26 PM

ପୁରୀ ୧୧/୯ : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଆଜି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ପର୍ଯ୍ୟଟକ ଜଣକ କଲିକତା ୨୪ପ୍ରଗଣା ଅଞ୍ଚଳର ମୁକ୍ତା ହାଲଦାର। ଆଜି ସକାଳେ ମୁକ୍ତା ତାଙ୍କ ସାଙ୍ଗ ସାଥୀଙ୍କ ସହ ସ୍ୱର୍ଗଦ୍ୱାର ଅଞ୍ଚଳରେ ଥିବା ସୋନାଲି ହୋଟେଲ ସମ୍ମୁଖରେ ସ୍ନାନ କରୁଥିଲେ। ତେବେ ଗଭୀର ସମୁଦ୍ର ଭିତରକୁ ପଶିଯିବାରୁ ତାଙ୍କର ପତ୍ତା ମିଳିନଥିଲା। ସେଠାରେ ଥିବା ମତ୍ସ୍ୟଜିବୀ ଏବଂ ଲାଇଫ୍ ଗାର୍ଡ଼ଙ୍କ ସାହାର୍ଯ୍ୟ ଲୋଡ଼ିବା ପରେ ସମୁଦ୍ର ଭିତରକୁ ଯାଇ ଲାଇଫଗାର୍ଡ଼ ମାନେ ମୁକ୍ତାଙ୍କୁ କୂଳକୁ ଆଣିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ପୁରୀ ସରଦ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।