ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କର ହେଉଛି ଥର୍ମାଲ ସ୍କ୍ରିନିଂ, ହେଲେ କୋଣାର୍କରେ ନାହିଁ ବ୍ୟାପକ ବ୍ୟବସ୍ଥା

Published By : Prameya-News7 Bureau | March 06, 2020 IST

କୋଣାର୍କ ୬।୩: ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ ଭାରତରେ ତାର ପ୍ରଭାବ ବିସ୍ତାର କରିଛି । ତେଣୁ ସ୍ବାଭାବିକ ଭାବେ ଓଡିଶା ଉପରେ ମଧ୍ୟ ବିପଦର କଳା ବାଦଲ । ସେଥିପାଇଁ ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କର ଥର୍ମାଲ ସ୍କ୍ରିନିଂ ମଧ୍ୟ ଆରମ୍ଭ ହେଲାଣି । 

{"id":233902,"sizeSlug":"large"}

ତେବେ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଦେଶ ବିଦେଶରୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସୁଥିବା ବେଳେ କରୋନାକୁ ନେଇ ସୂର୍ଯ୍ୟ ମନ୍ଦିରରେ ବ୍ୟାପକ ସଚେତନତା ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି ।

{"id":233904,"sizeSlug":"large"}

ଚିକିତ୍ସା ସୁବିଧା ଓ ମାସ୍କ ବ୍ୟବସ୍ଥା ମଧ୍ୟ ନାହିଁ । ଏସବୁ ଭିତରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ KOVID_19 ସଂକ୍ରମଣ କାରଣ ହୋଇପାରେ । ସେଥିପାଇଁ ଏବେ ଭୟର ବାତାବରଣ ମଧ୍ୟରେ ରହୁଛନ୍ତି ପର୍ଯ୍ୟଟକ ।

{"id":233905,"sizeSlug":"large"}

ତେଣୁ ପ୍ରଶାସନ ତୁରନ୍ତ ଏହି ଦିଗ ପ୍ରତି ଦୃଷ୍ଟି ଦେବା ସହ ସଚେତନତା ଶିବିର, ମେଡିକାଲ ବ୍ୟବସ୍ଥା ଓ ମାସ୍କର ବନ୍ଦୋବସ୍ତ ପାଇଁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.