Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

କରୋନା ମୁକାବିଲାରେ ପର୍ଯ୍ୟଟନ ସହର ସମ୍ପୂର୍ଣ୍ଣ ସଫଳ: ପୁରୀ ଜିଲ୍ଲା ପ୍ରଶାସନକୁ କେନ୍ଦ୍ର ସରକାରଙ୍କ ପ୍ରଶଂସା

22/04/2020 at 10:52 PM

ପୁରୀ୨୨/୪: କରୋନା ମୁକାବିଲାରେ ପର୍ଯ୍ୟଟନ ସହର ସମ୍ପୂର୍ଣ୍ଣ ସଫଳ ।  ଜିଲ୍ଲାରେ ଏପ୍ରିଲ ୩ରେ ଏକମାତ୍ର କରୋନା ପଜିଟିଭି ରୋଗୀ ସୁସ୍ଥ ହେଇ ଘରକୁ ଫେରିଛି ।  ବାହାର ରାଜ୍ୟର ଗାଡି ପ୍ରବେଶକୁ ପୁରୀକୁ ସଂମ୍ପୁର୍ଣ୍ଣ ନିଷେଧ. ଜଗନ୍ନାଥ ମନ୍ଦିର ବନ୍ଦ ଓ ପର୍ଯ୍ୟଟକ ମାନଙ୍କ ପାଇଁ  ପୁରୀ ବନ୍ଦ ଯୋଗୁଁ ଏହା ସମ୍ଭ ବ ହୋଇ ପାରିଛି ବୋଲି  ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକୁ  କେନ୍ଦ୍ର ସରକାରଙ୍କ ପକ୍ଷରୁ  ପ୍ରଶଂସା କରାଯାଇଛି।

କରୋନା ମୁଗାବିଲାରେ ସମ୍ପୁର୍ଣ୍ଣ ସଫଳ ହୋଇଛି ପୁରୀ ଜିଲ୍ଲା ପ୍ରଶାସନ ।  ମହାମାରୀ ପରିଚାଳନାରେ  ପୁରୀ ଜିଲ୍ଲା ପ୍ରଶାସନ ସାରା ଦେଶରେ ଉଦାହରଣ  ସୃଷ୍ଟି କରିଛି । କରୋନା ମହାମାରିକୁ ସମ୍ପୁର୍ଣ୍ଣ ରୋକ୍‌ ଲଗାଇ ପାରିଛି ବିଶ୍ବ ପର୍ଯ୍ୟଟନ ସହର ପୁରୀ । ଏନେଇ ପୁରୀ ଜିଲ୍ଲା ପ୍ରଶସନକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।  ଏପ୍ରିଲ ୩ରେ ଜିଲ୍ଲାରୁ ମାତ୍ର ଜଣେ କରୋନା ପଜିଟିଭି ଚିହ୍ନଟ ହୋଇଥିବା ବେଳେ ସେ ସୁସ୍ଥ ହୋଇ ଘରକୁ ଫରିଛନ୍ତି ।

ମାର୍ଚ୍ଚ ୧୫ତାରିଖରୁ ଜିଲ୍ଲା ପ୍ରଶାସନର ବିଭିନ୍ନ ବଳିଷ୍ଠ ଓ କଠୋର ପଦକ୍ଷେପ ପାଇଁ  ପୁରୀରେ ମହାମାରୀ କରୋନା ବ୍ୟାପିବାରୁ ରୋକାଯାଇ ପାରିଛି ।  ତେବେ ଏଗୁଡିକ ମଧ୍ୟରେ ପ୍ରମୁଖ କାରଣ ହୋଇଛି ପର୍ଯ୍ୟଟନ ସହର ପୁରୀକୁ ବାହାର ରାଜ୍ୟର ଗାଡି ଚଳାଚଳ ଓ ପ୍ରବେଶ ସମ୍ପୁର୍ଣ୍ଣ ବନ୍ଦ ।  ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରକୁ  ଶ୍ରଦ୍ଧାଳୁ ମାନଙ୍କ ପାଇଂ ବନ୍ଦ ରଖିବା, ପର୍ଯ୍ୟଟନ ସହରରକୁ ଆସିଥିବା ପର୍ଯ୍ୟଟକ ମାନଙ୍କୁ କୌଣସି କ୍ଷତି ନପହଞ୍ଚାଇ ହୋଟେଲ୍‌ ଗୁଡିକୁ ତୁରନ୍ତ ଖାଲି କରିବାକୁ ଦିଆଯାଇଥିବା ଭଳି ନିଷ୍ପତ୍ତି ଜି୍ଲ୍ଲାରେ କରୋନା  ନବ୍ୟାପିରେ ଅଧିକ ସହାୟତା ହୋଇ ପାରିଛି ।

ସେପଟେ  ଏପ୍ରିଲ ୩ରେ  ପୁରୀ ଜିଲ୍ଲାରୁ  ପ୍ରଥମ କରୋନା ରୋଗୀ ଚିହ୍ନଟ ପରେ  ଜିଲ୍ଲା ପ୍ରଶାସନ ପାନିକ୍‌ ନହୋଇ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ସଠିକ ପଦକ୍ଷେପ ନେଇଥିଲା ।  କରୋନା ପଜିଟିଭି ବାହାରିଥିବା ଅଞ୍ଚଳକୁ  ସିଲ୍‌ କରିବା ସହ ସଂକ୍ରମିତ ରୋଗୀର ସଂପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବାରେ ଜିଲ୍ଲା ପ୍ରଶାସନ ସଫଳ ହୋଇଥିଲା  । ସେବେ ଠାରୁ ଆଉ ଜଣେ ବି ହେଲେ ରୋଗୀ  ଜିଲ୍ଲାରେ ଏଯାଏ ଚିହ୍ନଟ ହୋଇନାହାନ୍ତି । ମାର୍ଚ୍ଚ  ୪ତାରିଖ ପରେ ପୁରୀକୁ ୧୯୫ଜଣ ବିଦେଶରୁ ଓ ୬ହଜାର  ୨୦୦ଜଣ ରାଜ୍ୟ ବାହାରୁ ଫେରିଥିବା ପୁରୀ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାସହ  ବାହାର ରାଜ୍ୟ ଓ ଦେଶରୁ ପୁରୀ ଫେରୁଥିବା ବାସିନ୍ଦା ମାନଙ୍କ ସ୍ବାସ୍ଥ୍ୟ ବସ୍ଥା ଉପରେ ବାରମ୍ବାର ଟିକିନିକି ନଜର ରଖାଯାଇଥିବାରୁ  ମହାମାରୀ କରୋନା ବ୍ୟାପିବାରୁ ପୁରୀ ସହରରୁ ସମ୍ମୁର୍ଣ୍ଣ ଦୁରେଇ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଲକଡାଉନ୍‌ କଟକଣାକୁ  ମେ  ୩ପର୍ଯ୍ୟନ୍ତ କଡାକଡି ଭାବେ ପାଳନ ପୁରୀ ପାଇଁ ଅଧିକ ଲାଭପ୍ରଦ ହୋଇଛି।

ମେ ୩ରେ ଲକଡାଉନ୍‌ ହଟିବା ପରେ ମେ ଜଗନ୍ନାଥ ମନ୍ଦିରଙ୍କୁ  ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ , ହୋଟେଲ ଓ ସି ବିଚକୁ କୁ ତୁରନ୍ତ ଖୋଲିବାର କୌଣସି ଯୋଜନା ନଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ  ଗରିବ ମାନଙ୍କୁ ୩ମାସର ରାସନ , କୋଭିଡି କେୟାର ସେଣ୍ଟରର ବ୍ୟବସ୍ଥା  ଜିଲ୍ଲା ପ୍ରଶାସନର ଉଚିତ ପଦକ୍ଷେପ ଯୋଗୁଁ ପୁରୀ ଭଳି ପର୍ଯ୍ୟଟନ ସହରେ ଏବେ କରୋନା ଫ୍ରି ସିଟିର ମାନ୍ୟତା ପାଇଛି ।

   Related Posts