ସମୁଦ୍ର କୂଳରୁ ବାଲି ଚୋରି ପଡ଼ିଲା ମହଙ୍ଗା, ଦୁଇ କେ.ଜି ବାଲି ପାଇଁ ଗଣିଲେ ୮୬ ହଜାର ତଣ୍ଡ

Published By : Prameya-News7 Bureau | September 06, 2020 IST

ନୂଆଦିଲ୍ଲୀ ୦୬/୦୯: ଆପଣଙ୍କମାନଙ୍କର ମନେଥିବ ନୂଆ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଲୋକେ ମୋଟା ଅଙ୍କର ଫାଇନ୍‌ ଦେଉଥିଲେ । ନଚେତ୍‌ ୫୦ କିମ୍ବା ୧୦୦ ଟଙ୍କାରେ କାମ ଚଳିଯାଉଥିଲା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୁଇ କେଜି ବାଲି ପାଇଁ ଫାଇନ୍ ଲାଗିଲା ୮୬,୦୦୦ ଟଙ୍କା ।

ଜଣେ ପ୍ରାନ୍ସ ପର୍ଯ୍ୟଟକ ସରଦିନିଆନ ସମୂଦ୍ର କୂଳରୁ ଦୁଇ କେଜି ବାଲି ଚୋରି କରୁଥିବା ବେଳେ କର୍ତ୍ତୃପକ୍ଷଙ୍କ ନଜରରେ ପଡ଼ିଗଲେ । ବ୍ୟାଗ୍‌ରେ ବାଲି ନେଉଥିବାର ଦେଖିବା ପରେ ସରଦିନିଆନ କର୍ତ୍ତୃପକ୍ଷ ଲଗାଇଦେଲେ ୮୬,୦୦୦ ଟଙ୍କା ଫାଇନ୍‌ ।

ଇଟାଲୀର ଏକ ବଡ଼ ଆଇଲ୍ୟାଣ୍ଡ ହେଉଛି ସରଦିନିଆନ । ତେବେ ଏହାର ଉପକୂଳ ସୁରକ୍ଷା ଦାୟିତ୍ବରେ ଥିବା କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ପାଖରୁ ବଟଲ ଭର୍ତ୍ତୀ ବାଲି ପାଇଥିଲେ । ତାଙ୍କୁ ଜେଲ ହେବାର ମଧ୍ୟ ସମ୍ଭାବନା ଥିଲା । କିନ୍ତୁ ତାଙ୍କୁ ସତର୍କ କରି ଛାଡ଼ି ଦିଆଯାଇଥିଲା ।

ପୋଲିସ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଦର୍ଶଯାଇଛି ଯେ ଏଠାରେ ଥିବା ଧଳା ବାଲି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ତେବେ​‌ ଏଭଳି ବାଲି ଚୋରି କରିବା ଦ୍ବାରା ପରିବେଶ ପ୍ରତି ବିପଦ ସୃଷ୍ଟି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.