ଅଗ୍ନିକାଣ୍ଡରେ ଜଳିଗଲା ଟୁରିଷ୍ଟ ବସ୍, ୫ଆହତ
5/01/2020 at 1:21 PM

ଶ୍ରୀକାକୁଲମ୍ ୦୫।୦୧: ଟୁରିଷ୍ଟ ବସ୍ରେ ଭୟାବହ ଅଗ୍ନିକାଣ୍ଡ । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଳମ୍ର ନିକଟ ରନାସ୍ତାଲାମ ନିକଟରେ ଟୁରିଷ୍ଟ ବସ୍-ଲୋରୀ ଟ୍ରକ ସହ ଧକ୍କା ହେବା ପରେ ବସ୍ରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୬ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।