ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା, ୯ ଯାତ୍ରୀ ଆହତ

Published By : Prameya-News7 Bureau | November 15, 2019 IST

ସୋର ୧୫।୧୧ : ବାଲେଶ୍ବର ଜିଲ୍ଲା ଜାତୀୟ ରାଜପଥ ୧୬ନଂ ତଳନଗର ନିକଟରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୯ଜଣ  ଯାତ୍ରୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

{"id":184343,"sizeSlug":"large"}

ସୂଚନାଯୋଗ୍ୟ ଯେ , ଗୁଜରାଟରୁ ପୁରୀ  ଆସୁଥିବା ଏକ ତୀର୍ଥଯାତ୍ରୀ ବସଟି ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ଥ  ହୋଇଛି । ବସ୍ ଡ୍ରାଇଭର ଗାଡି ଚଲାଉଥିବା ସମୟରେ ଆଖିକୁ ନିଦ ଆସିଯାଇଥିଲା , ଯାହାଫଳରେ କି ସେ ନିଜର ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ  ଉଦ୍ଧାର କରି ନିକଟସ୍ଥ ମେଡିକାଲଲେ ଭର୍ତ୍ତି କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.