ରାସ୍ତାକଡକୁ ଓଲଟିଲା ବସ୍ : ୫ରୁ ଅଧିକ ଯାତ୍ରୀ ଆହତ
6/11/2019 at 9:28 AM

ନୟାଗଡ ୬।୧୧: ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ବଡପୁଟ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୫ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ବସ୍ଟି ତୀର୍ଥ ଯାତ୍ରା ସାରି ସମସ୍ତ ଯାତ୍ରୀଙ୍କୁ ନେଇ ଘରକୁ ଫେରିଥିଲା । ରାସ୍ତାରେ ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ବସ୍ ରାସ୍ତା କଡ଼କୁ ବସ୍ ଟି ଓଲଟି ପଡିଥିଲା । ସମସ୍ତ ଆହତଯାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତ ଯାତ୍ରୀ ଭଞ୍ଜନଗର ଅଞ୍ଚଳର ବୋଲି ଜଣାପଡିଛି ।
Related Posts
ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର, ମା’ଙ୍କୁ ହସ୍ତାନ୍ତର
18 January 2021
ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18 January 2021