ଓଲଟିଲା ଟୁରିଷ୍ଟ ବସ୍ ; ଅଳ୍ପକେ ବର୍ତ୍ତିଲେ ୪୦ଯାତ୍ରୀ

Published By : Prameya-News7 Bureau | December 10, 2018 IST

କାମାକ୍ଷାନଗର  ୧୦|୧୨: ଓଲଟିଲା ଟୁରିଷ୍ଟି ବସ୍। ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଏନଏଚ୫୩ ଖଇରାମୁଣ୍ଡାଠାରେ  ଧାନବିଲକୁ ଓଲଟିଲା ବସ୍। ‘ବିଜୟ’ ନାମକ ଘରୋଇ ବସ୍ ଅନୁଗୁଳରୁ ବାଲେଶ୍ବର ଯାଇଥିଲେ। ମୋଟ୍ ବସରେ ୪୦ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ମହିଳା, ୧୬ଜଣ ପୁରୁଷ, ୪ଜଣ ଶିଶୁ ଥିଲେ।

{"id":62444}

ରାତି ପ୍ରାୟ ୪ଟା ସମୟରେ ଭାରସାମ୍ୟ ହରାଇ ବସଟି ରାସ୍ତା ପାର୍ଶ୍ବରେ ଥିବା ଧାନ ବିଲକୁ ଓଲଟି ପଡିଥିଲା।ପିକନିକ୍ ସାରି ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିବା ସୂଚନା । ଖବର ପାଇ ପର୍ଜଙ୍ଗ ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ  ଜଣେ ମହିଳାଙ୍କର ମୁଣ୍ଡ ଓ ହାତରେ ଆଘାତ ଲାଗିଥିବା ଯୋଗୁଁ ତାଳଚେର ସ୍ଥିତ ମଣ୍ଡାପାଳ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଅନ୍ୟ ଏକ ବସ୍ ଯୋଗେ ଘରକୁ ପଠାଯାଇଥିବା  ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.