ତୀର୍ଥ ଯାତ୍ରା ସାରି ଘରକୁ ଫେରିବା ବେଳେ ଦୁର୍ଘଟଣା: ୪ ମୃତ ୧୦ ଆହତ

Published By : Prameya-News7 Bureau | December 09, 2018 IST

ଅନୁଗୁଳ ୯/୧୨: ଥାନା କତଡା ଠାରେ ବିଳମ୍ବିତରାତିରେ କୋରାପୁଟରୁ ତୀର୍ଥଯାତ୍ରା ସାରି ଅନୁଗୁଳ ବଲାସିଙ୍ଗା ଗ୍ରାମକୁ ଏକ ମିନିବସର ଯୋଗେ ଫେରୁଥିବାସମୟରେ ଜରପଡା ଥାନା କତଡା ନିକଟରେ ଟ୍ରକ ସହିତ ଧକ୍କା ହେବା ଫଳରେ ଗାଡିରେ ବସିଥିବା ୧୪ ଜଣଙ୍କ ମଧ୍ୟରୁଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତିହୋଇଛନ୍ତି । ଏହି ୧୧ଜଣଙ୍କ ମଧ୍ୟରୁ କଟକ ଯିବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବିଜୟକୁମାର ସାହୁ।ସେମାନଙ୍କ ମଧ୍ୟରୁ ବାକି ୨ଜଣ ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।


 

ମୃତକ ମାନେ ହେଲେ ଅନୁଗୋଳ ଜିଲାର

୧-ଧରଣୀ ପ୍ରଧାନ(୫୫ବର୍ଷ)ବଲାସିଙ୍ଗା

୨-ଶିବରାମ ସାହୁ(୪୮ବର୍ଷ)ତୁଳସୀପାଳ

୩-ଅରୁଣ ସାହୁ(୪୫ବର୍ଷ)ବଲାସିଙ୍ଗା ଏବଂ କଟକ ଯାଉଥିଲା ସମୟରେ ବିଜୟ କୁମାର ସାହୁଙ୍କର ମୃତ୍ୟୁ ହୋଇଛି। ସମସ୍ତଙ୍କୁ ସ୍ଥାନୀୟ ଲୋକ ଏବଂ ପୋଲିସ ସହାୟତାରେ ଅନଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.