Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନ ରୟାଲ୍ସକୁ ୨୨୨ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ କିଙ୍ଗସ୍‌ : କେ.ଏଲ. ରାହୁଲ, ଦୀପକ ହୁଡାଙ୍କ ବିସ୍ଫୋରକ ଅର୍ଦ୍ଧଶତକ
  • ||
  • ମୋଦୀଙ୍କୁ ସୋନିଆଙ୍କ ପତ୍ର: ବୟସ ପରିବର୍ତ୍ତେ ଆବଶ୍ୟକତା ଅନୁସାରେ କରୋନା ଟିକା ଦିଆଯାଉ
  • ||
  • ବାଗ୍‌ଚି ଦମ୍ପତ୍ତିଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ ସୁବ୍ରତୋ-ସୁସ୍ମିତା ଦେବେ ୪୩୦ କୋଟି ଟଙ୍କା
  • ||
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||

ସ୍କୁଲରେ ପିଲାଙ୍କୁ ପାଠ ପଢାଇଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

23/10/2019 at 3:36 PM

ରାୟଗଡା ୨୩।୧୦:  ରାୟଗଡା ବ୍ଲକ୍ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢାଇଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଆଶ୍ରମ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇ ମନ୍ତ୍ରୀ ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିଥିଲେ । ମନ୍ତ୍ରୀ  ପ୍ରଥମେ ବିଦ୍ୟାଳୟର ଷଷ୍ଠ ଶ୍ରେଣୀକୁ ଯାଇଥିଲେ। ସେହି ଶ୍ରେଣୀରେ କେହି ଶିକ୍ଷକ ନଥିବା ଓ ଛାତ୍ରଛାତ୍ରୀମାନେ ଚୁପରେ ବସିଥିବା ଦେଖି ଘୋର ଅସନନ୍ତୋଷ ବ୍ୟକ୍ତ କରିଥିଲେ। ଏଭଳିକି ସେହି ଶ୍ରେଣୀରେ ଟାଇମ୍ ଟେବୁଲ ନଥିବା ଦେଖି ପ୍ରଧାନଶିକ୍ଷକଙ୍କୁ ଜବାବ ମଧ୍ୟ ମାଗିଥିଲେ।

ଏହାପରେ ସପ୍ତମ ଶ୍ରେଣୀକୁ ଯାଇ ଶିକ୍ଷା ପ୍ରଦାନ ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ପିଲାଙ୍କ ପାଇଁ ଉଦ୍ଦିଷ୍ଟ କମ୍ପ୍ୟୁଟର ପ୍ରଧାନଶିକ୍ଷକଙ୍କ ପ୍ରକୋଷ୍ଠରେ ରହିଥିବା ଦେଖି ବିରକ୍ତ ପ୍ରକାଶ କରିବା ସହିତ କିଛିପିଲାଙ୍କୁ ପଚାରିଥିଲେ । ତେବେ ପିଲାମାନେ କମ୍ପ୍ୟୁଟର ସମ୍ପର୍କରେ ଠିକ୍ ଭାବେ ଜାଣିନଥିଲେ। ଏହାପରେ ନିଜେ କମ୍ପ୍ୟୁଟର ଚାଲୁକରି ପାଠ ପଢାଇଥିଲେ। ଜଣେ ଛାତ୍ର ସୟ ମିଣିଆକାଙ୍କୁ ଡାକି ଗୋଟିଏ ପରେ ଗୋଟିଏ ବିଷୟ ଶିଖାଇଥିଲେ। କମ୍ପ୍ୟୁଟରରେ କିଭଳି ଶିକ୍ଷା ଲାଭ କରିହେବ ତାହା ମଧ୍ୟ ବୁଝାଇଥିଲେ । ତେବେ ଏହି ଶିକ୍ଷାଦାନ ଘଟଣାକୁ ସେ ଗଣମାଧ୍ୟମଠାରୁ ଏଡାଇ ରହିଥିଲେ। ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଠିକ୍ ରହିଛି ବୋଲି କହିଥିଲେ।

   Related Posts