ଉଦୟଗିରିରେ ଟିକେଟ୍ କଳାବଜାରୀ ପ୍ରସଙ୍ଗ : ମନ୍ତ୍ରୀ କହିଲେ ଦୋଷୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | November 15, 2019 IST

ଭୁବନେଶ୍ବର ୧୫।୧୧: ଭୁବନେଶ୍ବର ଉଦୟଗିରି ପର୍ଯ୍ୟଟନସ୍ଥଳୀରେ ଟିକେଟ୍ କଳାବଜାରୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ନ୍ୟୁଜ୍ ସେଭେନର ଷ୍ଟିଙ୍ଗ୍ ଅପରେସନର ଭିଜୁଆଲର ଅନୁଧ୍ୟାନ କରାଯିବ। ଏଥିରେ ସତ୍ୟତା ଥିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।

ଗତକାଲି ନ୍ୟୁଜ୍ ସେଭେନ୍ ଏହି ଖବର ପ୍ରସାରଣ କରିଥିଲା । ଜୈନ କିର୍ତ୍ତୀରାଜି ସଂପନ୍ନ ଉଦୟଗିରିରେ ପର୍ଯ୍ୟଟକଙ୍କ ପାଇଁ ଥିବା ଟିକେଟ ବ୍ୟବସ୍ଥାରେ ଚାଲିଥିବା କେଳେଙ୍କାରୀର ପର୍ଦ୍ଦାଫାସ କରିଥିଲା । କିଛି କର୍ମଚାରୀ, ସିକ୍ୟୁରିଟି ଗାର୍ଡ ଓ ଗାଇଡଙ୍କ ମିଲି ଭଗତରେ ଗ୍ରୁପ୍  ଟିକେଟ୍ ରିସାଇକ୍ଲିଂ କରାଯାଇ ଦୈନିକ ହଜାର ହଜାର ଟଙ୍କା  କିଛି ଲୋକ ହଜମ୍ କରୁଥିବାର ଷ୍ଟିଙ୍ଗ୍ ଭିଡିଓ ଆମେ ଦେଖାଇଥିଲୁ । ଏହାପରେ ପରେ ଉଦୟଗିରିରେ ଟିକେଟ୍ ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ତେବେ ଯେଉଁମାନେ ଏମିତି କେଳେଙ୍କାରୀ କରୁଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲା। ଆଉ ଆଜି ମନ୍ତ୍ରୀ ଏନେଇ ପ୍ରତିକ୍ରିୟା ରଖି କାର୍ଯ୍ୟାନୁଷ୍ଠାନର ଆଭାସ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.