Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||

ଦୁଇ ଯୁବତୀଙ୍କୁ ସାଙ୍ଗରେ ହାଇଦ୍ରାବାଦ ନେଇ ଆଇନ ଉଲଂଘନ କରିନାହିଁ : ପର୍ଯ୍ୟଟନ ମନ୍ତ୍ରୀ

28/11/2019 at 1:10 PM

ଭୁବନେଶ୍ବର ୨୮।୧୧: ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସରକାରୀ ଅର୍ଥରେ ଦୁଇ ଯୁବତୀଙ୍କୁ ହ୍ରାଇଦ୍ରାବାଦ ନେଇ ଯିବା ପ୍ରସଙ୍ଗ ଆଜି ଶୂନ୍ୟକାଳରେ ଉଠିଥିଲା । ବିରୋଧୀଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ମନ୍ତ୍ରୀ କହିଛନ୍ତି ଯେ, ସେ ଆଇନର ଉଲଂଘନ କରିନାହାନ୍ତି । ଦୁଇ ଯୁବତୀଙ୍କୁ ନେଇ ହ୍ରାଇଦ୍ରାବାଦ ଯିବା ଆଇନର ଉଲଂଘନ ନୁହେଁ । ସରକାରୀ ତହବିଲରୁ ସେ ଟଙ୍କାଟିଏ ବି ଅର୍ଥ ଖର୍ଚ୍ଚ କରିନାହାନ୍ତି । ଓଟିଡିସିର ଦ୍ବାର ସମସ୍ତଙ୍କ ପାଇଁ ଖୋଲା ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି ।

ସୂଚନାଯୋଗ୍ୟ ଗତକାଲି କଂଗ୍ରେସ ପ୍ରେସମିଟ୍ କରି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ଦୁଇ ଯୁବତୀଙ୍କୁ ନେଇ ସରକାରୀ ପଇସାରେ ହାଇଦ୍ରାବାଦ ଯାଇଥିବା କଥା ଉଠାଇଥିଲା । ଆଜି ଗୃହର ଶୂନ୍ୟ କାଳରେ ବିରୋଧୀ ଦଳ ନେତା ପ୍ରଦୀପ ନାଏକ ଏହି ପ୍ରସଙ୍ଗ ଉଠାଇବା ସହ କେଉଁ ପରୀପ୍ରେକ୍ଷୀରେ  ମନ୍ତ୍ରୀ ଏଭଳି କଲେ ତାର ସ୍ପଷ୍ଟୀକରଣ ଦାବି କରିଥିଲେ ।

ବିରୋଧୀ ଦଳ ନେତା ଏହି ପ୍ରସଙ୍ଗ ଉଠାଇବା ପରେ ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ମନ୍ତ୍ରୀଙ୍କଠାରୁ ସମାନ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦାବି କରିଥିଲେ । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ତାତ୍ସଲ୍ୟ ଓ କଟାକ୍ଷ କରି କହିଥିଲେ – ‘ଛି ! ମନ୍ତ୍ରୀ କଣ ଏମିତି କରନ୍ତି? ’

ସୁରେଶ ରାଉତରାୟଙ୍କ ଏଭଳି ତାତ୍ସଲ୍ୟ ସହ ତାଳ ଦେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ, ସାରଥୀ ଜଣେ ଯୁବତୀଙ୍କୁ ହାଇଦ୍ରାବାଦ ନେବା ଯୋଗୁଁ ଗିରଫ ହୋଇଥିଲେ । ମନ୍ତ୍ରୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ଆଇନ ଲାଗୁ ହେବା ଆବଶ୍ୟକ । ଏ ପ୍ରସଙ୍ଗକୁ ଭିତ୍ତିକରି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିରଞ୍ଜନ ପାଣିଗ୍ରାହୀଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଉ ବୋଲି ବିରୋଧୀ ଦାବି କରିବା ସହ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଅଧଘଣ୍ଟା ପାଇଁ ମୁଲତବୀ କରିଥିଲେ ।

   Related Posts