କାନ୍ତକବିଙ୍କ ସମାଧିପୀଠର ନବୀକରଣ ଓ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
9/12/2020 at 9:37 PM

ଭଦ୍ରକ ୦୯।୧୨: ବନ୍ଦେ ଉତ୍କଳ ଜନନୀର କାଳଜୟୀ ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୨ତମ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ଭଦ୍ରକ ଜିଲ୍ଲାରେ କାନ୍ତକବିଙ୍କର ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ଜିଲ୍ଲାବାସୀ ।
ଏହି ଅବସରରେ ଭଦ୍ରକ ଜିଲ୍ଲା ତିହିଡି ସ୍ଥିତ ତାଳପଦା ଠାରେ କାନ୍ତକବିଙ୍କର ସମାଧିପୀଠର ନବୀକରଣ କାର୍ଯ୍ୟର ଉଦଘାଟନ ହୋଇଛି । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି । ଭଦ୍ରକ ସାଂସଦଙ୍କ ସହ ଜିଲ୍ଲାର ପ୍ରାୟ ସମସ୍ତ ବିଧାୟକ ଯୋଗ ଦେଇଛନ୍ତି। ସେହିପରି ଭଦ୍ରକ ସହରର ବାଇପାସ ଛକ ନିକଟରେ କାନ୍ତକବିଙ୍କ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚିତ ହୋଇଛି।
Related Posts
ଆଜିଠୁ କମିବ ଶୀତ, ୨ ଦିନ ପରେ ପୁଣି ବଢିବ
19 January 2021
ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
19 January 2021