ଚନ୍ଦ୍ରକୁ ପର୍ଯ୍ୟଟନ : ପ୍ରଥମ ଯାତ୍ରୀଙ୍କ ସହ ଚୁକ୍ତି କଲା ସ୍ପେଶ-ଏକ୍ସ

Published By : Prameya-News7 Bureau | September 14, 2018 IST

ଚନ୍ଦ୍ରକୁ ପର୍ଯ୍ୟଟନରେ ଯିବା ପାଇଁ ହେଲାଣି ଯୋଜନା | ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ | ଚନ୍ଦ୍ରକୁ ପର୍ଯ୍ୟଟନରେ ଯିବାକୁ ଚାହୁଁଥିବା ପ୍ରଥମ ଯାତ୍ରୀଙ୍କ ସହ ସ୍ପେଶ- ଏକ୍ସ ନାମକ ଆମେରିକାର ଏକ ରକେଟ କମ୍ପାନୀ ଆଜି ଚୁକ୍ତିବଦ୍ଧ ହୋଇଛି | ଚନ୍ଦ୍ର ପର୍ଯ୍ୟଟକଙ୍କୁ ବ୍ୟବସାୟୀକରଣ କରିବ କ୍ଷେତ୍ରରେ ଏହା ପ୍ରଥମ ଏବଂ ଅଭିନବ ପଦକ୍ଷେପ | ଏଥର ସାଧାରଣ ଲୋକ ମଧ୍ୟ ଅନ୍ତରୀକ୍ଷକୁ ଯାତ୍ରା କରିପାରିବେ | ଏଭଳି ଏକ ସୁଯୋଗ ସୃଷ୍ଟି କରିଛି ସ୍ପେଶ-ଏକ୍ସ | ସ୍ପେଶ -ଏକ୍ସ ପକ୍ଷରୁ ଏ ସମ୍ପର୍କରେ ଆଜି ଟ୍ୱିଟ କରାଯାଇଛି | କିନ୍ତୁ ଚନ୍ଦ୍ରକୁ ପର୍ଯ୍ୟଟନରେ ଯିବାକୁ ବାହାରିବ କିଏ, ସେ ସମ୍ପକରେ ସବିଶେଷ ତଥ୍ୟ ଆସନ୍ତା ସୋମବାର ଦିନ ପ୍ରକାଶ କରାଯିବ ବୋଲି କମ୍ପାନୀର ମୁଖ୍ୟ ଇଲନ ମସ୍କ କହିଛନ୍ତି | କମ୍ପାନୀ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରିଥିବା ବିଗ ଫାଲକନ ରକେଟ ବା ବିଏଫଆର ଯାତ୍ରୀଙ୍କୁ ନେଇ ଚନ୍ଦ୍ର ପର୍ଯ୍ୟଟନରେ ଯିବ ବୋଲି କମ୍ପାନୀ ଜଣାଇଛି | ସୂଚନାଯୋଗ୍ୟ ଯେ, ୧୯୬୯ ମସିହାରେ ଆମେରିକୀୟ ମହାକାଶ ବିଜ୍ଞାନୀ ନୀଳ ଆର୍ମଷ୍ଟ୍ରଙ୍ଗ ଏବଂ ବଜ ଆଲଡ୍ରିନ ଜହ୍ନରେ ପ୍ରଥମେ ପାଦ ଦେଇଥିଲେ | ଏହା ପରେ ଅଦ୍ୟାବଧି ୨୪ ଜଣ ମହାକାଶ ବିଜ୍ଞାନୀ ଚନ୍ଦ୍ର ପୃଷ୍ଠରେ ଅବତାରଣା କରିଛନ୍ତି | ତେବେ ୧୯୭୨ ମସିହାରେ ହୋଇଥିବା ଆପୋଲ ଅଭିଯାନରେ କୌଣସି ମନୁଷ୍ୟ ଚନ୍ଦ୍ରପୃଷ୍ଠକୁ ପଦାର୍ପଣ କରିନାହାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.