ଅଶ୍ୱସ୍ଥ ଗଛକୁ ଛୁଇଁ କହିଦିଅନ୍ତୁ ଏହି କଥା : ପୂରଣ ହେବ ମନୋସ୍କାମନା

Published By : Prameya-News7 Bureau | April 26, 2019 IST

ଭୁବନେଶ୍ୱର ୨୬/୪ : ହିନ୍ଦୁ ଧର୍ମରେ ଅଶ୍ୱସ୍ଥ ଗଛର ଅନେକ ମହତ୍ୱ ରହିଛି | ହିନ୍ଦୁ ଧର୍ମ ଅନୁଯାୟୀ, ଅଶ୍ୱସ୍ଥ ଗଛରେ ଦେବାଦେବୀ ବାସ କରନ୍ତି | ଭାଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ କହିଛନ୍ତି ଯେ, ସେ ଅଶ୍ୱସ୍ଥ ଗଛରେ ବାସ କରନ୍ତି | ଅଶ୍ୱସ୍ଥ ଗଛକୁ ପୂଜା କଲେ ଦେବାଦେବୀ ପ୍ରସନ୍ନ ହୁଅନ୍ତି | ଅଶ୍ୱସ୍ଥ ଗଛକୁ ପୂଜା କଲେ ଗ୍ରହ-ନକ୍ଷତ୍ରର ସମସ୍ତ ଦୋଷ ମଧ୍ୟ ଶାନ୍ତ ହୋଇଯାଇଥାଏ | ପୃଥିବୀ ପୃଷ୍ଠାରେ ଏହି ଗଛ ସାକ୍ଷାତ ଭଗବାନଙ୍କ ରୂପ ବୋଲି ବିଚାର କରାଯାଏ |

{"id":107500}

ଏହି ଗଛକୁ ପୂଜା କରିବା ଏବଂ ସେବା କରୁଥିବା ବ୍ୟକ୍ତିଙ୍କୁ ଧନ ସମ୍ପତ୍ତିର ଅଭାବ ରହେନାହିଁ | ପଦ୍ମପୁରାଣରେ କୁହାଯାଇଛି ଯେ, ଯେଉଁମାନେ ପ୍ରତିଦିନ ଅଶ୍ୱସ୍ଥ ଗଛରେ ଜଳ ଅର୍ପଣ କରି ପ୍ରଣାମ କରି, ଗଛର ପରିକ୍ରମା କରନ୍ତି ସେମାନଙ୍କ ଆୟୁଷ ବଢିଥାଏ ଏବଂ ସମସ୍ତ ପାପରୁ ମୁକ୍ତି ମିଳିଥାଏ | ପ୍ରତିଦିନ ଅଶ୍ୱସ୍ଥ ଗଛକୁ ପୂଜା କରିବା ଦ୍ୱାରା ପାପରୁ ମୁକ୍ତି ଏବଂ ସ୍ୱର୍ଗ ପ୍ରାପ୍ତ ହୋଇଥାଏ |

{"id":107501}


ଶନିବାର ଦିନ ଅଶ୍ୱସ୍ଥ ଗଛକୁ ପୂଜା କରିବାର ଅଲଗା ମହତ୍ୱ ରହିଛି | ଶନିବାର ସକାଳେ ଅଶ୍ୱସ୍ଥ ଗଛରେ ଜଳ ଅର୍ପଣ କରି ୭ ଥର ପରିକ୍ରମା କରନ୍ତୁ | ଏହାପରେ ଗଛକୁ ଛୁଇଁ ନିମ୍ନ ଲିଖିତ ମନ୍ତ୍ର କୁହନ୍ତୁ | ମନ୍ତ୍ର ଜପ କରି ନିଜ ମନ କଥା କୁହନ୍ତୁ | ଶ୍ରଦ୍ଧା ଏବଂ ବିଶ୍ୱାସର ସହ କୁହାଯାଇଥିବା ଇଛା ଅବଶ୍ୟ ପୂରଣ ହୋଇଥାଏ | କାରଣ ଅଶ୍ୱସ୍ଥ ଗଛ ମୂଳରେ ଭଗବାନ ଶ୍ରୀ ବିଷ୍ଣୁ ମା' ଲକ୍ଷ୍ମୀଙ୍କ ସହ ବାସ କରନ୍ତି |

{"id":107502}


ମନ୍ତ୍ର ହେଲା : ଓଁ ନମୋ ଭଗବତେ ବାସୁଦେବାୟ ନମଃ:


ଅଶ୍ୱସ୍ଥ ଗଛରେ ଗାଈ କ୍ଷୀର, ରାଶି ଏବଂ ଚନ୍ଦନ ମିଶାଇ ତିଳକ ଲଗାନ୍ତୁ | ଏହାଦ୍ୱାରା ଆପଣଙ୍କ ଶୋଇପଡିଥିବା ଭାଗ୍ୟ ଚମକି ଉଠିବ |


ଅଶ୍ୱସ୍ଥ ଗଛ ଲଗାଇବା ଦ୍ୱାରା କୁଣ୍ଡଳିରେ ସବୁ ଗ୍ରହ ଦୋଷର ଅନ୍ତ ଘଟିଥାଏ |

{"id":107503,"width":569,"height":394}


ଅଶ୍ୱସ୍ଥ ଗଛ ମୂଳରେ ହୋଇଥିବା ଶିବ ଲିଙ୍ଗ ପୂଜା କରିବା ଦ୍ୱାରା ଜୀବନର ଖରାପ ସମୟ ଶୀଘ୍ର ଶେଷ ହୋଇଥାଏ ଏବଂ ଭଲ ଦିନ ଆସିଥାଏ |


ସୂର୍ଯ୍ୟସ୍ଥ ପରେ ଅଶ୍ୱସ୍ଥ ଗଛ ମୂଳରେ ଦୀପ ଲଗାଇ ପୂଜା କଲେ ଅଦୃଶ୍ୟ ଏବଂ ଅତୃପ୍ତ ଆତ୍ମା ତୃପ୍ତ ହୋଇ ସହାୟକ ହୋଇଥାନ୍ତି |

{"id":107504,"width":578,"height":324}


ଅଶ୍ୱସ୍ଥ ଗଛ ଛାଇରେ ବସି ହାଣିମାନ ଚାଳିଶା ପାଠ କଲେ ଯେକୌଣସି କାମରେ ଉପୁଜୁଥିବା ବାଧାବିଘ୍ନ ସମାପ୍ତ ହୋଇଥାଏ ଏବଂ ସଫଳତା ପ୍ରାପ୍ତି ହୋଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.