ଗଞ୍ଜାମରେ ନବୀନ କଣ ଭାଷଣ ଦେଲେ ପଢନ୍ତୁ ଗୋଟି ଗୋଟି କଥା

Published By : Prameya-News7 Bureau | April 03, 2019 IST

ଭୁବନେଶ୍ବର୩|୪:ଆଜିଠୁ ଗଡିଲା ନବୀନ ରଥ । ଷ୍ଟାର୍ଟ ହେଲା ବିଜେଡିର ଷ୍ଟାର କ୍ୟାମ୍ପେନ୍‌ । ସାଧାରଣ  ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନକ ବସ୍‌ ରେ  ବ୍ରହ୍ମପୁରରୁ ରମ୍ଭା ପର୍ଯ୍ୟନ୍ତ ୬୦ କିମି ରାଲି କରିବେ ନବୀନ । ଏହି ଅବସରରେ କେନ୍ଦ୍ରକୁ ଜୋରଦାର ଆଟାକ୍‌ କରିଛନ୍ତି ନବୀନ ।ନବୀନଙ୍କ ପ୍ରଚାର ବେଳେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଓ ନେତାଙ୍କ ଯୋଗଦାନ ଦଳକୁ ଉତ୍ସାହିତ କରିଛି । ପଢନ୍ତୁ ବ୍ରହ୍ମପୁରର ସଭାରେ ନବୀନ କଣ କହିଥିଲେ ।

{"id":99839}

ଗଞ୍ଜାମର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ମୋର ନମସ୍କାର ।

ମୁଁ ଆଜି ଆପଣଙ୍କ ପାଖକୁ ଆସିଛି । ଆପଣମାନେ ଖୁସି ତ  ? ମୁଁ ବି ବହୁତ ଖୁସି । ଆପଣମାନେ ଖରାରେ ଏତେ ସଂଖ୍ୟାରେ ଆସିଛନ୍ତି । ସେଥିପାଇଁ ବହୁତ ଧନ୍ୟବାଦ ।ମୋର ପ୍ରିୟ ଭାଇ ଓ ଭଉଣୀମାନେ,ମୁଁ କିଛି ତଥ୍ୟ ଆପଣଙ୍କ ବିଚାର ପାଇଁ ରଖୁଛି ।

{"id":99840}

ଫାଇଲିନ ହେଲା .................... ଆସିଲେ ନାହିଁ । ହୁଡ୍ ହୁଡ୍ ହେଲା .................... ଆସିଲେ ନାହିଁ । ତିତିଲି ହେଲା ..... ................... ଆସିଲେ ନାହିଁ । ମରୁଡି ହେଲା ..... ................... ଆସିଲେ ନାହିଁ ।କିନ୍ତୁ, ଇଲେକସନ ହେଲା......... ଭୋଟ ପାଇଁ ଆସିଗଲେ।

{"id":99841}

ବିଜେପିର ବଡ ବଡ ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆପଣମାନେ ତାଙ୍କୁ ପଚାରନ୍ତୁ ।କୁଆଡେ ଗଲା  ........... ସିତାପଲ୍ଲୀ ରେଲୱେ ୱାଗନ ଫ୍ୟାକ୍‌ଟ୍ରି ? କୁଆଡେ ଗଲା  ...........  ସ୍ପେଷାଲ କେଟେଗୋରୀ ଷ୍ଟାଟସର ପ୍ରତିଶ୍ରୁତି ? କୁଆଡେ ଗଲା  ........... ମହିଳା ରିଜର୍ଭେସନ ପ୍ରତିଶ୍ରୁତି ? କାହିଁକି ବୀମା ପାଇଁ ଚାଷୀ ହଇରାଣ ? ଆଉ ଇନସ୍ୟୁରାନ୍ସ କମ୍ପାନୀ ଲାଭବାନ ? କାହିଁକି ବନ୍ୟାରେ, ବାତ୍ୟାରେ ଓଡିଶାକୁ ସହଯୋଗ ମିଳୁ ନାହିଁ ? କାହିଁକି  SC-ST ପିଲାଙ୍କ scholarship ବନ୍ଦ କଲେ  ? କୁଆଡେ ଗଲା ପ୍ରତି ବର୍ଷ ୨ କୋଟି ଚାକିରୀ ? ୫ ବର୍ଷରେ ୧୦ କୋଟି ଚାକିରୀ? ପ୍ରତି ତିନୋଟି ଘରୁ ଜଣେ ଚାକିରୀ ପାଇଥିବା କଥା ।ହେଲାକି ? ଆପଣଙ୍କ ନିଜ ଗାଁରେ ଦେଖନ୍ତୁ ।Election ଆସିଲେ ଆସିବେ, ବଡ ବଡ କଥା କହିବେ।  ତା ପରେ  ଦେଖା ମିଳିବ ନାହିଁ ।ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର । ମୁଁ ସବୁବେଳେ ଆପଣଙ୍କ ପାଖରେ ଅଛି ଆଉ ରହିବି ।ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆମର ଯୋଜନା ସବୁ ବର୍ଗ ପାଇଁ ଅଛି ।କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେ । ଆଉ ୨୦ ଲକ୍ଷ ଚାଷୀଙ୍କର ଲିଷ୍ଟ ହୋଇଛି । ଦୁଃଖର କଥା, ଚାଷୀର ହକ୍‌କୁ କିଛି opposition party ବିରୋଧ କରୁଛନ୍ତି । ଚାଷୀଭାଇମାନେ ତାଙ୍କୁ electionରେ ଉଚିତ ଜବାବ ଦେବେ। ଲିଷ୍ଟରେ ଥିବା ସବୁ ଯୋଗ୍ୟ ଚାଷୀ ଯୋଜନାର ଲାଭ ପାଇବେ। ଜଣେ ବି ଯୋଗ୍ୟ ଚାଷୀ ବଞ୍ଚିତ ହେବେ ନାହିଁ ।

{"id":99842}

ଆପଣଙ୍କ ଖୁସିରେ ମୋର ଖୁସି । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ।ଦୁଇ ଥର –ଥରେ MLA ପାଇଁ,ଆଉ ଥରେ MP  ପାଇଁ ।

ଗଞ୍ଜାମ ମାଟିରେ ନବୀନଙ୍କ ରୋଡ୍‌ ସୋ । ବସ୍‌ ମାଧ୍ୟମରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡିର ଏକନମ୍ବର ଷ୍ଟାର କ୍ୟାମ୍ପେନର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ବରରୁ ହେଲିକ୍ୟାପଟର ଯୋଗେ ବ୍ରହ୍ମପୁର କନିଷିରେ ପହଞ୍ଚିଥିଲେ ନବୀନ । ସେଠାରେ ଆୟୋଜିତ ସାଧାରଣ ସଭାରେ ପ୍ରଥମେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍‌ ବର୍ଷିଥିଲେ ।

{"id":99844}

ଅତୀତରେ ଓଡ଼ିଶା ଯେତେବେଳେ ଫାଇଲିନ୍, ହୁଡ୍‌ହୁଡ୍‌, ତିତ୍‌ଲି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିଲା ସେତେବେଳେ କେନ୍ଦ୍ର ସହଯୋଗର ହାତ ବଢାଇ ନାହିଁ । ଆଉ ଏବେ ନିର୍ବାଚନ ବେଳ ଆସୁଥିବାରୁ କେନ୍ଦ୍ରୀୟ ନେତା ରାଜ୍ୟକୁ ଆସୁଛନ୍ତି । ଏହାପରେ ସେମାନଙ୍କ ଦେଖା ମିଳିବ ନାହିଁ ବୋଲି କହିଥିଲେ ନବୀନ । ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ମହିଳା ସଂରକ୍ଷଣ,  ସୀତାପଲ୍ଲି ରେଲୱେ ୱାଗନ୍‌ ଫ୍ୟାକଟ୍ରି ସ୍ଥାପନ ଭଲି ପ୍ରତିଶ୍ରୁତି କୁଆଡେ ଗଲା ବୋଲି କହି କେନ୍ଦ୍ରକୁ ପ୍ରଶ୍ନବାଣରେ ପୋତି ପକାଇଥିଲେ । କେନ୍ଦ୍ର ସରକାରଙ୍କ ୧୦ କୋଟି ଚାକିରି ପ୍ରତିଶ୍ରୁତି ମିଥ୍ୟା ବୋଲି କହି ସମାଲୋଚନା କରିଥିଲେ ନବୀନ । ଯାହାର ଜବାବ ଦେଇଛି ବିଜେପି

{"id":99845}

 ଏହାପରେ ନବୀନ  ସେଠାରେ ଜାତୀୟ ରାଜପଥରେ ଥିବା ଅତ୍ୟାଧୁନିକ ବସ୍‌ରେ ଚଢି ଆମ୍ଭ କରିଥିଲେ ରୋଡ୍‌ ସୋ । ବାଟରେ ଗଲାବେଳେ ସ୍ଥାନେସ୍ଥାନେ ବସ ଉପରୁ ଉଦ୍‌ବୋଧନ ଦେଉଥିଲେ । ସେହିଭଳି ଲୋକଙ୍କୁ ହାତ ହଲାଇ ଅଭିବାଦନ ଦେବା ସହ ବିଜେଡିକୁ ଭୋଟ୍‌ ଦେବାପାଇଁ ଅନୁରୋଧ କରିଥିଲେ । ସାଙ୍ଗରେ ମୋଟରସାଇକେଲ୍‌ରେ ବିଜେଡିର ସ୍ଥାନୀୟ ପ୍ରାର୍ଥୀ,  ନେତା, କର୍ମୀ ବି ଚାଲିଥିଲେ । ନବୀନଙ୍କ ଏହି ରୋଡ୍‌ ସୋ ବେଳେ ରାସ୍ତାକଡରେ ହଜାର ହଜାର ଲୋକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିଜେଡି ପ୍ରାର୍ଥୀ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।

{"id":99846,"width":582,"height":1198}

 ନବୀନଙ୍କ ଏହି ରୋଡ୍‌ ସୋ କନିଷିରୁ ବାହାରି ବ୍ରହ୍ମପୁରର ଗେଟ୍‌ ବଜାର ଛକ,  କୋର୍ଟପେଟା ଛକ, ଆମ୍ବପୁଆ ଦେଇ ରଘୁନାଥପୁର ଛକରେ ପହଞ୍ଚିଥିଲା । ପରେ ଛତ୍ରପୁରରେ ଷ୍ଟାଡିଅମ୍‌ରେ ସାଧାରଣ ସଭା ପରେ ପୁଣି ରମ୍ଭା ଏନ୍‌ଏସି ପର୍ଯ୍ୟନ୍ତ ରୋଡ୍‌ ସୋ କରିଥିଲେ ନବୀନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.