ଜୁଲାଇ ୧୬ ରୁ ୩୧ ତାରିଖରେ ବିହାରରେ ସମ୍ପୂର୍ଣ ଲକ୍‌ଡାଉନ୍ : ଜାରି ରହିବ ଜରୁରୀ ସେବା

Published By : Prameya-News7 Bureau | July 14, 2020 IST

ପାଟଣା ୧୪/୦୭ : କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ବିହାର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି | ଅଧିକାରୀଙ୍କ ସହ ଆଲୋଚନା କରି ବିହାରରେ ପୁଣିଥରେ ଲକଡାଉନ୍ କରିବାକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଷ୍ପତ୍ତି ନେଇଛନ୍ତି | ଜୁଲାଇ ୧୬ ତାରିଖରେ ୩୧ ତାରିଖରେ ରାଜ୍ୟରେ ସମ୍ପୂର୍ଣ ଲକଡାଉନ୍ ଘୋଷଣା କରିଛନ୍ତି | ଲକଡାଉନ୍ ସମୟରେ ସମସ୍ତ ଜରୁରୀକାଳୀନ ସେବା ସୁଚାରୁ ରୂପେ ଜାରି ରହିବ |

{"id":300378,"width":579,"height":363,"sizeSlug":"large"}

ମଙ୍ଗଳବାର ଦିନ ମୁଖ୍ୟ ସଚିବ ଦୀପକ କୁମାରଙ୍କ ଅଧ୍ୟକ୍ଷତାରେ କ୍ରାଇସେସ୍ ମେନେଜମେଣ୍ଟ୍ ଗ୍ରୁପ୍ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି | ନିର୍ଣ୍ଣୟ ନେବା ପୂର୍ବରୁ ମୁଖ୍ୟ ସଚିବ ସମସ୍ତ ଜିଲ୍ଲାର ଜିଲ୍ଲା ଅଧିକାରୀଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ସମୀକ୍ଷା ବୈଠକ କରିଥିଲେ | ଏହି ବୈଠକରେ ସମସ୍ତ ଜିଲ୍ଲାର ସିଭିଲ୍ ସର୍ଜନ୍ ଉପସ୍ଥିତ ଥିଲେ | ସମ୍ପୂର୍ଣ ଲକଡାଉନ୍ ଲାଗୁ କରାଯିବା ନେଇ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ସୂଚନା ଦେଇଛନ୍ତି |

{"id":300380,"sizeSlug":"large"}

 

ସୂଚନାଯୋଗ୍ୟ ଯେ, କରୋନା ମହାମାରୀର ପ୍ରସାର ରୋକିବା ପାଇଁ ସାରା ଦେଶରେ ମାର୍ଚ୍ଚ ୨୪ ତାରିଖରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ ଲକଡାଉନ ଘୋଷଣା କରିଥିଲେ କେନ୍ଦ୍ର ସରକାର | ଏହାପରେ ଜୁନ ୧ ତାରିଖରେ ଅନଲକ୍-୧ ଏବଂ ଜୁଲାଇ ୧ ତାରିଖରୁ ଅନଲକ୍-୨ ଲାଗୁ ହୋଇଥିଲା | କିନ୍ତୁ ଏହି ସମୟରେ ସଂକ୍ରମଣ ଅଧିକ ମାତ୍ରାରେ ବୃଦ୍ଧି ପାଇଛି | ସେଥିପାଇଁ ବିହାର ସରକାର ରାଜ୍ୟରେ ପୁଣି ସମ୍ପୂର୍ଣ ଲକଡାଉନ୍ ଘୋଷଣା କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.