Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଚେନ୍ନାଇ ସମେତ ୫ଟି ସହରରେ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କଲେ ତାମିଲନାଡୁ ସରକାର

25/04/2020 at 10:26 AM

ଚେନ୍ନାଇ ୨୫।୪: ଦେଶବ୍ୟାପୀ ମହାମାରୀ ସଙ୍କଟ ସୃଷ୍ଟି କରିଥିବା କରୋନା ଭାଇରସ୍ ସଂକ୍ରମଣକୁ ରୋକିବାକୁ ତାମିଲନାଡୁ ରବିବାରଠାରୁ ରାଜଧାନୀ ଚେନ୍ନାଇ ସମେତ ୫ଟି ସହରରେ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରାଯାଇଛି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଇ.କେ. ପଲାନିସ୍ବାମୀ କହିଛନ୍ତି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ୧୬୦୦ରୁ ଅଧିକ ଲୋକ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବାବେଳେ ୨୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ସେ କହିଛନ୍ତି ଯେ ଚେନ୍ନାଇ, ମଦୁରାଇ ଏବଂ କୋଏମ୍ବାଟୁରରେ ରବିବାର ସକାଳ ୬ଟାରୁ ୪ଦିନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଯାହା ବୁଧବାର ରାତି ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିଭଳି ତିରୁପୁର ଏବଂ ସାଲେମରେ ୩ ଦିନ ପାଇଁ ଲକ୍ ଡାଉନ୍ ଜାରି ରହିବ ଯାହା ରବିବାର ସକାଳ ୬ରୁ ମଙ୍ଗଳବାର ରାତି ୧୦ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ସଂପୂର୍ଣ୍ଣ ଲକ୍ ଡାଉନ୍ ସମୟସୀମା ମଧ୍ୟରେ କେବଳ ଡାକ୍ତରଖାନା, ଫାର୍ମାସି, ଅତ୍ୟାବଶ୍ୟକ ସେବା ଯୋଗାଉଥିବା ରାଷ୍ଟ୍ରାୟତ୍ତ ଦୋକାନ, ସବସିଡିଯୁକ୍ତ ଖାଦ୍ୟ ଯୋଗାଉଥିବା ସରକାରୀ ଆମ୍ମା କ୍ୟାଣ୍ଟିନ, ଏଟିଏମ୍, ହୋମ୍ ଡେଲିଭରି, ମୋବାଇଲ୍ ପନିପରିବା ଏବଂ ଫଳ ଦୋକାନ ଖୋଲା ରହିବ । ଏହି ସମୟ ମଧ୍ୟରେ ଅନ୍ୟ ଦୋକାନ ଖୋଲିବାକୁ ଅନୁମତି ଦିଆଯିବନାହିଁ ।

କରୋନା ଭାଇରସ୍ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟଗୁଡିକ ମଧ୍ୟରେ ରହିଛି ତାମିଲନାଡୁ । ରାଜ୍ୟର ଏହି ୫ଟି ସହରରେ ଅଧିକାଂଶ ରୋଗୀ ଚିହ୍ନଟ ହୋଇଛନ୍ତି । କେବଳ ଚେନ୍ନାଇରେ ୪୦୦ ଜଣ ସଂକ୍ରମିତ ହୋଇଛନ୍ତି । ସେହିଭଳି କୋଏମ୍ବାଟୁରରେ ୧୩୪ ଏବଂ ତିରୁପୁରରେ ୧୧୦ ଜଣ ସଂକ୍ରମିତ ହୋଇଛନ୍ତି ।  

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସଂପୂର୍ଣ୍ଣ ଲକ୍ ଡାଉନ୍ ସମୟରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବ ଏବଂ କଣ୍ଟେନମେଣ୍ଟ ଜୋନ୍ ଗୁଡିକୁ ଡିସଇନଫେକ୍ଟ କରିବା ପାଇଁ କଡା ପଦକ୍ଷେପ ନିଆଯିବ । ଲକ୍ ଡାଉନ୍ ଉଲ୍ଲଂଘନକାରୀଙ୍କ ବିରୋଧରେ ମାମଲା ରୁଜୁ ହେବ ଏବଂ ସେମାନଙ୍କ ଗାଡି ଜବତ କରାଯିବ । ଖାଦ୍ୟ ଦୋକାନ ଏବଂ ରେଷ୍ଟୁରାଣ୍ଟଗୁଡିକରେ ଲୋକଙ୍କ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏବଂ ସାମାଜିକ ଦୂରତାକୁ ବଜାୟ ରଖିବାକୁ କୁହାଯିବ ।

ସୂଚନାଯୋଗ୍ୟ ଯେ, ଏହି ସପ୍ତାହ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ କୋଭିଡ-୧୯ର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀଙ୍କ ସହ କଥା ହୋଇଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପାଇଁ ଅଧିକ କରୋନା ଟେଷ୍ଟିଂ କିଟ୍ ଦେବା ପାଇଁ ଦାବି କରିଥିଲେ । ମାର୍ଚ୍ଚ୨୫ରୁ ଦେଶରେ କରୋନା ଭାଇରସ୍ ମହାମାରୀର ମୁକାବିଲା ପାଇଁ ଲକ୍ ଡାଉନ୍ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭୦୦ରୁ ଅଧିକ ଲୋକ କରୋନା ଭାଇରସ୍ ଯୋଗୁଁ ପ୍ରାଣ ହରାଇସାରିଲେଣି । ପ୍ରାୟ ୨୩ହଜାରରୁ ଅଧିକ ଲୋକ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି ।

   Related Posts