ଗଞ୍ଜାମ ଜିଲ୍ଲାରେ ବଢିଲା କଟକଣା : ଦିନ ୧୨ଟାରୁ ସକାଳ ୭ଟା ଯାଏଁ ଜିଲ୍ଲା ସଟ୍ ଡାଉନ୍, ଜୁନ୍ ୩୦ ଯାଏଁ ଲାଗୁ

Published By : Prameya-News7 Bureau | June 14, 2020 IST

ଗଞ୍ଜାମ ୧୪।୬: ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାର ସବୁଠାରୁ ଅଧିକ ପ୍ରଭାବ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କଡା ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଲକ୍ ଡାଉନ କଟକଣାକୁ ଗଞ୍ଜାମରେ ଜୁନ୍ ୩୦ ତାରିଖ ଯାଏଁ ଲାଗୁ କରାଯାଇଛି ।

ଏହି କ୍ରମରେ ଦିନ ୧୨ଟାରୁ ସକାଳ ୭ଟା ଯାଏଁ ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ୍ ହେବ । ଏହି ସମୟରେ ସବୁ ଦୋକାନ ଓ ବସ୍ ଚଳାଚଳ ବନ୍ଦ ରହିବ । ସକାଳ ୭ଟାରୁ ଦିନ ୧୨ ଯାଏଁ ସଟ୍ ଡାଉନ୍ ଟିକେ କୋହଳ ହେବ । କେବଳ ତେଜରାତୀ, ପନିପରିବା ଓ ଔଷଧ ଦୋକାନ ଖୋଲା ରହିବ । ସକାଳ ୭ଟାରୁ ୧୨ଟା ଯାଏଁ ବସ୍ ଚଳାଚଳ ବି ବନ୍ଦ ରହିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.