Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଶହିଦନଗର ଥାନାରେ ପୋଲିସକୁ ମାଡ ଘଟଣା : ଆଜି ଆଉ ଦୁଇ ଅଭିଯୁକ୍ତ ଗିରଫ, ୫ରେ ପହଞ୍ଚିଲା ଗିରଫଙ୍କ ସଂଖ୍ୟା

6/03/2019 at 4:44 PM

ଭୁବନେଶ୍ବର ୬|୩ : ଶହିଦନଗର ଥାନା ଗଣ୍ଡଗୋଳ ଘଟଣାରେ ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ସେମାନେ ହେଲେ ଅଶୋକ ମଲ୍ଲିକ ଏବଂ ବାଣୀ କଲ୍ୟାଣୀ ମହାନ୍ତି । ଗତକାଲି ୩ଜଣଙ୍କୁ ମିଶାଇ ମୋଟ୍‌ ଗିରଫ ସଂଖ୍ୟା ୫ରେ ପହଞ୍ଚିଛି । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ ଏବେବି ଫେରାର୍‌ ଅଛି ।

ରବିବାର ରାତିରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡରେ ଥରିଥିଲା ଶହିଦନଗର ଥାନା । ଡିସିପି ଅଫିସ ଠାରୁ ମାତ୍ର ୨ଶହ ମିଟର ଦୂରରେ ବେଶ୍‌ କିଛି ସମୟ ଧରି  ଚଳାଇଥିଲେ ଆତଙ୍କରାଜ । ଦୁର୍ବୃତ୍ତଙ୍କ ଢ଼େଲାମାଡ଼ରେ ଆଇଆଇସିଙ୍କ ସମେତ ୫ଜଣ ପୋଲିସ କର୍ମଚାରୀ ଲହୁଲୁହାଣ ହୋଇଥିଲେ । ଦୁଇ ପ୍ଲାଟୁନ୍‌ ଫୋର୍ସ ସହ କିଛି ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ମଧ୍ୟ କିଛି ପରିପାରିନଥିଲେ । ହେଲେ ଘଟଣାର ଦୁଇ ଦିନ ପରେ ଆକ୍ସନକୁ ଆସିଛି କମିଶନରେଟ୍‌ ପୋଲିସ । ମଙ୍ଗଳବାର ଘଟଣାରେ ସଂପୃକ୍ତ ୩ଜଣଙ୍କୁ ଗିରଫ କରିଥିବା ବେଳେ ବୁଧବାର ଆଉ ୨ଜଣଙ୍କୁ ଉଠାଇଛି ପୋଲିସ । ସେମାନେ ହେଲେ ଅଶୋକ ମଲ୍ଲିକ ଏବଂ ବାଣୀ କଲ୍ୟାଣୀ ମହାନ୍ତି । କଟକରୁ ଗିରଫ ହୋଇଥିବା ବାଣୀ ନାଁରେ ପୂର୍ବରୁ ମାଲଗୋଦାମ ଥାନାରେ ୯ଟି ସଂଗୀନ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି । ଏସବୁ ଭିତରେ କିନ୍ତୁ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରକାଶ ତ୍ରିପାଠୀ ଏବେ ବି ଫେରାର୍‌ ରହିବାକୁ ନେଇ ଉଠିଛି ବିବାଦ । ମାଡ଼ ଖାଇଥିବା ପୋଲିସ କର୍ମଚାରୀମାନେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଅଡ଼ି ବସିଛନ୍ତି । ଯଦି ଏହି ଘଟଣାରେ ଅପରାଧୀମାନଙ୍କୁ ଗିରଫ କରାନଯାଏ ତାହେଲେ ସେମାନେ ଅନ୍ୟ ଥାନାକୁ ବଦଳି ହୋଇଯିବାକୁ ପସନ୍ଦ କରିବେ ବୋଲି କହୁଛନ୍ତି । ଏମିତିରେ କମିଶନରେଟ୍‌ ପୋଲିସର ବଡ଼ ଅଧିକାରୀମାନେ କାହିଁକି ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟମାନଙ୍କ ବିରୋଧରେ ନରମ ମନୋଭାବ ପୋଷଣ କରୁଛନ୍ତି ସେକଥା ପଚାରିଲା ବେଳକୁ ସିଧା ଉତ୍ତର ମିଳୁନି ।

   Related Posts