Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଭଦ୍ରକରେ ନୂଆ ୧୯ କରୋନା ଆକ୍ରାନ୍ତ ଚିହ୍ନଟ: ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୭୭

15/06/2020 at 2:55 PM

ଭଦ୍ରକ୧୫/୬: ୧୯ ନୂଆ ସଂକ୍ରମିତଙ୍କୁ ମିଶାଇ ଭଦ୍ରକ ଜିଲ୍ଲାରେ  କୋଭିଡ୍-୧୯ ପଜିଟିଭ୍‌ଙ୍କ ସଂଖ୍ୟା ୧୭୭ ରେ ପହଁଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଟେଷ୍ଟ ହୋଇ ସାରିଥିବା ୭୪୯୪ ସାମ୍ପୁଲରୁ ୧୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ୧୯ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୮ ସରକାରୀ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ଜଣେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା ଜଣାପଡିଛି।ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଅନୁସାରେ, ସେମାନଙ୍କର ଲୋକାଲ କଣ୍ଟାକ୍ଟ ନାହିଁ।

ନୂଆ ସଂକ୍ରମିତ ଚିହ୍ନଟଙ୍କ ମଧ୍ୟରୁ ୨ ଜଣ କର୍ଣ୍ଣାଟକ, ୮ ଜଣ ମହାରାଷ୍ଟ୍ର, ଜଣେ ତେଲେଙ୍ଗାନା , ୩ ଜଣ ତାମିଲନାଡୁ,  ଜଣେ କେରଳ, ଜଣେ ହରିୟାଣା, ଜଣେ ପଶ୍ଚିମବଙ୍ଗ, ଜଣେ ନୂଆଦିଲ୍ଲୀ ଏବଂ ଜଣେ ଓମାନ ଫେରନ୍ତା । ଏହି ସଂପର୍କରେ ଭଦ୍ରକ ଜିଲ୍ଲା ପ୍ରଶାସନ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

   Related Posts