Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କରୋନା ସଂକ୍ରମିତ ସଂଖ୍ୟା ୨୮ ହଜାର ପାର, ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଲେ ସର୍ବାଧିକ ୬୦ ଜଣ

27/04/2020 at 10:26 PM

ନୂଆଦିଲ୍ଲୀ ୨୭।୦୪: ଦେଶରେ ଲଗାତାର କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଜାରି ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ୧୪୬୩ଟି ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଅବଧିରେ ୬୦ ଜଣଙ୍କ ମୃତ୍ୟୁ ଘଟିଛି। ଯାହା ଗୋଟିଏ ଦିନରେ ସର୍ବାଧିକ ମୃତ୍ୟ ସଂଖ୍ୟା। ପୂର୍ବରୁ ଗୋଟିଏ ଦିନରେ ଏତେ ସଂଖ୍ୟାରେ  ଲୋକଙ୍କ ପ୍ରାଣହାନୀ ଘଟିନଥିଲା। ଏହି ପରି ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୩୮୦କୁ ବୃଦ୍ଧି ଘଟିଛି। ସକ୍ରିୟ କେସ୍ ସଂଖ୍ୟା ୨୧ ହଜାର ୧୩୨ ରହିଛି। ୬ ହଜାର ୩୬୨ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇ ସାରିଛନ୍ତି। ଅନ୍ୟପଟେ ଏହି ମହାମାରୀ ରୋଗରେ ୮୮୬ ଜଣଙ୍କ ମୃତ୍ୟୁ ଘଟିଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ଵାଲ କହିଛନ୍ତି ଯେ, ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୬ଟି ଜିଲ୍ଲା ଏମିତି ରହିଛି, ଯେଉଁଠି ଗତ ୨୮ ଦିନ ହେବ କରୋନାର ଗୋଟିଏ ହେଲେ ମାମଲା ଆସିନାହିଁ। ଅନ୍ୟପଟେ ଗତ ୧୪ ଦିନ ହେବ ୮୫ଟି ଜିଲ୍ଲାରେ କରୋନା ସଂକ୍ରମିତ କେସ୍ ଆସିନାହିଁ। ଲଭ୍  ଅଗ୍ରଓ୍ଵାଲ କହିଛନ୍ତି ୨୧ ହଜାର ୧୩୨ ଲୋକଙ୍କ ଚିକିତ୍ସା ଜାରି ରହିଛି। ଗତ ୨୪ ଘଣ୍ଟାରେ ୩୮୧ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୬ ହଜାର ୩୬୨ ହୋଇଛି।

ସେହି ପରି ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ, ଦେଶରେ ଲାଗୁ ଲକ୍‌ଡାଉନ୍ ସମୟରେ କେନ୍ଦ୍ର ସରକାର ଦେଶରେ ୨ କୋଟିରୁ ଅଧିକ ଶ୍ରମିକଙ୍କୁ ରୋଜଗାର ଦେଇଛନ୍ତି। ୮୦ ପ୍ରତିଶତ ଗଣମାଧ୍ୟମକୁ ସଞ୍ଚାଳନ କରାଯାଇଛି। ସେ କହିଛନ୍ତି, ପ୍ରାୟ ୬୦ ପ୍ରତିଶତ ଫୁଡ୍ ପ୍ରୋସେସିଂ ୟୁନିଟ୍ ଆରମ୍ଭ ହୋଇ ଯାଇଛି।

   Related Posts