Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ରାଜ୍ୟରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୭୪ ସୁରଟ ଫେରନ୍ତା, ୪୧ ଜଣଙ୍କର ରହିଛି ନିଜାମୁଦ୍ଦୀନ ଲିଙ୍କ୍

10/05/2020 at 9:09 PM

ଭୁବନେଶ୍ୱର, ୧୦|୦୫:  ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢିଚାଲିଛି । କିଛି ଦିନ ତଳେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦ ଥିବା ବେଳେ ଏବେସୁଦ୍ଧା ଏହା ୩୭୭ରେ ପହଁଚିଛି । କେବଳ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୨୫ ଛୁଇଁଛି । ସେହିପରି କରୋନା ମ୍ୟାପରେ ଅନୁଗୁଳ, ବୌଦ୍ଧ ଓ ନାୟଗଡ ଜିଲ୍ଲା ସାମିଲ ହୋଇଛି । ଅନେକ ଦିନର ନିରବତା ପରେ ପୁଣି ପୁରୀରେ କାୟା ମେଲାଇଛି କରୋନା ଭାଇରସ ।

ରାଜ୍ୟରେ ମୋଟ ଚିହ୍ନଟ ହୋଇଥିବା ୩୭୭ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୭୪ଜଣ ହେଉଛନ୍ତି ସୁରଟ ଫେରନ୍ତା . ସେହିପରି ୧୨୮ଜଣ ହେଉଛନ୍ତି ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଫେରନ୍ତା । ଆହୁରି ମଧ୍ୟ ୪୧ଜଣଙ୍କର ନିଜାମୁଦ୍ଦୀନ ଲିଙ୍କ୍ ରହିଛି ।

ଏତତ୍ ବ୍ୟତୀତ ତାମିଲନାଡୁ ଫେରନ୍ତା ୨ଜଣ କରୋନା ସଂକ୍ରମିତ ଥିବା ବେଳେ ୭ଜଣ ବିଦେଶ ଫେରନ୍ତା ରହିଛନ୍ତି । ଏପରିକି କେରଳ ଫେରନ୍ତା ଜଣେ ସଂକ୍ରମିତ ଥିବା ବେଳେ ମହାରାଷ୍ଟ୍ର ଫେରନ୍ତା ମଧ୍ୟ ଜଣେ ସଂକ୍ରମିତ ରହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟର ମୋଟ ୩୭୭ କେସ୍ ମଧ୍ୟରୁ ୩୦୬ଟି ସକ୍ରିୟ କେସ୍ ଥିବା ବେଳେ ୬୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୩ଜଣଙ୍କର ମୃତ୍ୟୁ ହୋଇଛି ।

   Related Posts