ଭଦ୍ରକରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜିଲ୍ଲାରେ ୭୪ ଛୁଇଁଲା ମୋଟ ସଂକ୍ରମିତ

Published By : Prameya-News7 Bureau | May 17, 2020 IST


ଭଦ୍ରକ ୧୭।୦୫: ଭଦ୍ରକରେ କ୍ରମାଗତ ଭାବେ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । ଆଜି ଜିଲ୍ଲାରେ ସର୍ବାଧିକ ନୂଆକରି ୨୮ ଜଣ କରୋନା ପଜିଟିଭ ବାହାରିବା ପରେ ଭଦ୍ରକ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ।

ଭଦ୍ରକ ଜ଼ିଲ୍ଲା ର ବିଭିନ୍ନ ବ୍ଲକ ଯେମିତି ତିହିଡି, ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ର ୫ଗୋଟି ସ୍କୁଲରେ ହୋଇଥିବା TMC କେନ୍ଦ୍ରକୁ କଣ୍ଟେନମେଣ୍ଟ ଜୋନ କରାଯାଇଥିବା ବେଳେ ୫ ଗୋଟି ପଞ୍ଚାୟତ କୁ ବଫର ଜୋନ ଘୋଷଣା କରାଯାଇଛି । ସେହି ସବୁ ସ୍ଥାନକୁ ଯେପରି କୌଣସି ବ୍ୟକ୍ତି ଯିବା ଆସିବା ନ କରିବେ ସେଥିପ୍ରତି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନଜର ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ସମସ୍ତ ନୂଆ ୨୮ଟି ପଜିଟିଭଙ୍କ ମଧ୍ୟରୁ ସୁରତ ଫେରନ୍ତା ୧୭ ଜଣ ଥିବା ବେଳେ ପଶ୍ଚିମବଙ୍ଗ ୮ ଜଣ, ପ୍ରଥମ କରି ତେଲେଙ୍ଗାନା ରୁ ଜଣେ ଓ ମହାରାଷ୍ଟ୍ର ରୁ ୨ଜଣ ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସେମାନେ ସମସ୍ତେ କ୍ଵରେଣ୍ଟାଇନ ସେଣ୍ଟରରେ ରହିଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ତେବେ ଜିଲ୍ଲାରେ ଆସିଥିବା ପ୍ରବାସୀ ମାନଙ୍କୁ ପ୍ରଥମେ ଭଦ୍ରକ ସଦର ମହକୁମାରୁ ସ୍ୱାବ ସଂଗ୍ରହ କରାଯିବା ସହ ନିଜ ନିଜ ଅଞ୍ଚଳରେ ଥିବା କ୍ଵରେଣ୍ଟାଇନ ସେଣ୍ଟରକୁ ପଠାଯାଉଛି । ତେବେ ଜିଲ୍ଲାରେ ୭୪ଟି କରୋନା ପଜିଟିଭି ଥିବା ବେଳେ ପୂର୍ବରୁ ୨୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.