Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆଜି ଭଦ୍ରକରୁ ୯ଜଣ କରୋନା ସଂକ୍ରମିତ ଚିହ୍ନଟ, ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୦ରେ ପହଞ୍ଚିଲା

14/05/2020 at 1:00 PM

ଭଦ୍ରକ ୧୪।୦୫: ଭଦ୍ରକରେ ସଂକ୍ରମିତଙ୍କ ସଂଖ୍ୟା ପହଁଚିଲା ୪୦ରେ ପହଞ୍ଚିଛି । ପୂର୍ବରୁ ୩୧ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ନୂଆ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ସୁରଟ ଲିଙ୍କ୍‌ , ୩ ଜଣ ପଶ୍ଚିମବଙ୍ଗ ଲିଙ୍କ୍‌ ରହିଥିବା ବେଳେ ଜଣଙ୍କର କର୍ଣାଟକ ଲିଙ୍କ୍‌ ଥିବା ଜଣାପଡ଼ିଛି।

ତେବେ ଆଜି ଚିହ୍ନଟ ହୋଇଥିବା ସମସ୍ତେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବ୍ଲକ , ବନ୍ତ ବ୍ଲକ , ଭଣ୍ଡାରୀପୋଖରୀ ବ୍ଲକ ଓ ଭଦ୍ରକ ବ୍ଲକ ରେ ଥିବା ବିଭିନ୍ନ କ୍ଵରେଣ୍ଟାଇନ ସେଣ୍ଟର ରେ ଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ପୂର୍ବରୁ ୩ ଟି ଟ୍ରେନ ରେ ଭଦ୍ରକ ସହ ବିଭିନ୍ନ ଜିଲ୍ଲା ର ପ୍ରାୟ ୯୫୦ରୁ ଅଧିକ ପ୍ରବାସୀ ଭଦ୍ରକ ଜିଲ୍ଲା ର ଚରମ୍ପା ଷ୍ଟେସନ କୁ ଆସିଥିଲେ । ସେହିପରି ଆଜି ଅନ୍ୟ ୩ ଟି ଟ୍ରେନ ଯୋଗେ ବିଭିନ୍ନ ରାଜ୍ୟର ପ୍ରବାସୀ ମାନେ ଭଦ୍ରକ ଆସିବେ ବୋଲି କହିଛନ୍ତି ଜିଲ୍ଲାପାଳ। ସେମାନଙ୍କର ସ୍କ୍ରିନିଂ ଓ ସ୍ୱାସ୍ଥ୍ୟ ପରୀକ୍ଷା ପରେ ନିଜ ନିଜ ବ୍ଲକ ରେ ଥିବା କ୍ଵରେଣ୍ଟାଇନ ସେଣ୍ଟରକୁ ଏହି ପ୍ରବାସୀ ଓଡିଆ ମାନଙ୍କୁ ସ୍ଥାନାନ୍ତରିତ କରାଯିବ। ତେବେ ନୂଆ ଚିହ୍ନଟ ହୋଇଥିବା ସଂକ୍ରମିତମାନେ ରହୁଥିବା କ୍ଵରେଣ୍ଟାଇନ ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ ଭାବେ ମଧ୍ୟ ଘୋଷଣା କରିଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

   Related Posts