Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଗତ୨୪ ଘଣ୍ଟାରେ ଦିଲ୍ଲୀରେ ୯୧, ସାରା ଦେଶରେ ସଂକ୍ରମିତ ହୋଇଛନ୍ତି ୩୮୪ ଜଣ, ଗୋଟିଏ ଦିନରେ ୧୨ ମୃତ

3/04/2020 at 5:38 PM

ନୂଆଦିଲ୍ଲୀ ୩।୪: କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜଧାନୀ ସହର ଦିଲ୍ଲୀରେ ୯୧ ଜଣଙ୍କ ନମୁନା ପଜେଟିଭ ଆସିଥିବା ବେଳେ ଦେଶରେ ୩୮୪ଟି ନୂଆ ମାମଲା ମିଳିଛି। ଫଳରେ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୩୦୧ରେ ପହଞ୍ଚିଛି।

ଦେଶରେ କରୋନା ଭାଇରସର ତାଜା ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ୟୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା ଅନୁସାରେ ସଂକ୍ରମିତ ୨ ହଜାର ୩୦୧ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୫୬ଜଣଙ୍କ ମୃତ୍ୟୁ ହେଲାଣି। ତେବେ ଗୁରୁବାର ଗୋଟିଏ ଦିନରେ ୧୨ ଜଣଙ୍କ ମୃତ୍ୟୁ ଦେଶରେ ଗୋଟିଏ ଦିନରେ ସର୍ବାଧିକ କରୋନା ମୃତ୍ୟୁ ବୋଲି କହିଛନ୍ତି ଯୁଗ୍ମ ସଚିବ। ତେବେ ଏହି ସମୟ ମଧ୍ୟରେ ସାରା ଦେଶରେ ୧୫୭ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବାର ଅଗ୍ରୱାଲ କହିଛନ୍ତି।

ସେହିପରି ଦିଲ୍ଲୀ ନିଜାମୁଦ୍ଦିନ ତବଲିଗୀ ଜମାତ ସମ୍ପର୍କିତ ଲୋକଙ୍କ ମଧ୍ୟରୁ ୬୪୭ ଜଣଙ୍କ ମାମଲା ପଜେଟିଭ ଆସିଛି। ଏହି ସଂଖ୍ୟା ଦେଶର ବିଭିନ୍ନ ୧୪ଟି ରାଜ୍ୟରୁ ପୁଷ୍ଟି ହୋଇଥିବା ଯୁଗ୍ମ ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଏଥିରେ ଆଣ୍ଡାମାନ ଓ ନିକୋବର, ଆସାମ, ଦିଲ୍ଲୀ, ହିମାଚଳ, ହରିୟାଣା, ଜମ୍ମୁ ଓ କାଶ୍ମୀର, ଝାରଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର,ରାଜସ୍ଥାନ,  ତାମିଲନାଡୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ ଓ ୟୁପିରୁ ଏହି ସବୁ ମାମଲା ପୁଷ୍ଟି ହୋଇଛି।

ଗତ ୨୪ ଘଣ୍ଟାରେ ହୋଇଥିବା ମୃତ୍ୟୁ ତବଲିଗୀ ଜମାତ ସମ୍ପର୍କିତ ବୋଲି କହିଛନ୍ତି ଯୁଗ୍ମ ସଚିବ। ସେହିପରି କୋଭିଡ-୧୯ର ବିପଦକୁ ଆଗୁଆ ଆକଳନ କରି ଦେଶରେ ୩୦ ଲକ୍ଷ ଲୋକେ ସମ୍ପର୍କିତ ମୋବାଇଲ ଆପ୍ ଡାଉନଲୋଡ କରିଛନ୍ତି। ଏହା ଛଡା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦୁଇଟି ନୂଆ ହେଲପଲାଇନ ନମ୍ବର ପ୍ରଚଳନ କରିଥିବାର ମଧ୍ୟ ସେ ସୂଚନା ଦେଇଛନ୍ତି। ପୂର୍ବରୁ ଏଥିଲାଗି ୭ଟି ହେଲପଲାଇନ ନମ୍ବର କାର୍ଯ୍ୟ କରୁଥିଲା। ଏବେ ନୂଆ ୨ଟି ନମ୍ବର ପ୍ରଚଳନକୁ ଆସିବାରୁ ମୋଟ ୯ଟି ନମ୍ବର କାର୍ଯ୍ୟକ୍ଷମ ହୋଇଛି।

   Related Posts