ପ୍ରେମୀଯୁଗଳଙ୍କୁ ନିର୍ଯ୍ୟାତନା ଭିଡିଓ ଭାଇରାଲ- ନିଜଆଡୁ ମାମଲା ରୁଜୁ କଲା ପୁଲିସ

Published By : Prameya-News7 Bureau | October 24, 2019 IST

ବଲାଙ୍ଗୀର ୨୪।୧୦ - ପୁଣି ବଲାଙ୍ଗିରରେ ପ୍ରେମୀଯୁଗଳଙ୍କ ଭିଡିଓ ଭାଇରାଲ । ମରିବାହାଲ ବ୍ଲକ ଘୁଷୁରାମୁଣ୍ଡା ଜଙ୍ଗଲରେ ପ୍ରେମୀଯୁଗଳଙ୍କୁ ଏକାକୀ ଦେଖି କିଛି ଦୁର୍ବୃତ୍ତ ସେମାନଙ୍କୁ ନିର୍ଯାତନା ଦେଇଥିବା ବେଳେ ଏହି ଭିଡିଓକୁ ଭାଇରାଲ୍‌ କରିଛନ୍ତି  ।

 ଭିଡିଓରେ ଝିଅଟି ଅଚେତ୍‌ ହୋଇପଡ଼ିଥିବା ମଧ୍ୟ ଦେଖିବାକୁ ମିଳୁଛି । ଏନେଇ ଥାନାରେ କୌଣସି ମାମଲା ହୋଇନଥିବା ବେଳେ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରି ପ୍ରେମୀଯୁଗଳଙ୍କୁ ନିର୍ଯ୍ୟାତନା ଦେଇଥିବା ଓ ଭିଡିଓ ଭାଇରାଲ କରିଥିବା ଦୁର୍ବୃତ୍ତମାନଙ୍କୁ ଧରିବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.