Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଓଡିଆ ଦଲାଲଙ୍କ କାରାନାମା: କାମ ବାହାନାରେ ବାହାରେ ଦିଆଯାଉଛି ନିର୍ଯାତନା, ଏବେ ବି ଫସି ରହିଛନ୍ତି ଅନେକ ଦାଦନ

20/11/2020 at 11:15 AM

ଭଦ୍ରକ୨୦/୧୧: କରୋନା ମହାମାରୀ ସମୟରେ ଲକଡାଉନ ଓ ସଟଡାଉନର ଲାଭ ଉଠାଇଛନ୍ତି ଦାଲାଲ। ବାହାର ରାଜ୍ୟରେ କାମ କରାଇବା ବାହାନାରେ  ଡାକି ନେଇ ନିର୍ଯାତନା ଦେଉଛନ୍ତି । ଏମିତି ମାଡ ମାରିବା ସହ ଘରକୁ ଛାଡୁ ନାହାନ୍ତି । ଘରକୁ ଛାଡିବା ପାଇଁ ଟଙ୍କା ମାଗୁଛନ୍ତି । ଯିଏ ଟଙ୍କା ଦେଉଛି ସେ ଘରକୁ ଫେରୁଛି ନହେଲେ ଅନ୍ୟମାନେ ଏବେ ଚେନ୍ନାଇରେ ମଧ୍ୟ ଫସି ରହିଛନ୍ତି। ଫସି ରହିଥିବା ଶ୍ରମିକଙ୍କ ପରିବାର ଲୋକେ ଏବେ ସବୁଠି ଗୁହାରି କରୁଛନ୍ତି, ଆଉ କହୁଛନ୍ତି ଯାହା ହେଉଛି ହେଉ କିନ୍ତୁ ଆମ ଲୋକ ଫେରି ଆସନ୍ତୁ।

କରୋନା ପାଇଁ କଟକଣା ଲାଗିଲା। ଯିଏ ଯେଉଁଠି ଥିଲେ ଘରକୁ ଫେରିଲେ । ପୁଣି ଆର୍ଥିକ ଦୁରବସ୍ଥା ସମସ୍ତଙ୍କୁ ଘାଇଲା କଲା । ଏମିତି ସମୟରେ ସୁଯୋଗ ନେଲେ କେତେକ ଦଲାଲ । ଗାଁ ଗାଁ ବୁଲିଲେ ଆଉ ବାହାର ରାଜ୍ୟ ର କମ୍ପାନୀ ପାଇଁ ଶ୍ରମିକ ଯୋଗାଡ କଲେ। ପ୍ଲାଷ୍ଟିକ କମ୍ପାନୀ ରେ ୮ ଘଣ୍ଟା କାମ ପାଇଁ ୨୦ ହଜାର ଟଙ୍କାର ଦରମା ମିଳିବ କହିଲେ , କଥା ଛିଣ୍ଡିବା ପରେ ରାଜ୍ୟ ବାହାରୁ ଆସିଥିବା ବସରେ ଶ୍ରମିକଙ୍କୁ ସାଙ୍ଗରେ ନେଇଗଲେ। ଭଦ୍ରକ ଜିଲ୍ଲାର ତିଡ଼ିହି ଓ ଚାନ୍ଦବାଲି ବ୍ଲକରୁ ବହୁ ଶ୍ରମିକ ମଧ୍ୟ ଏହି ଦଲାଲଙ୍କ ଶିକାର ହେଲେ। ସେଠାରେ ପ୍ଲାଷ୍ଟିକ୍ କମ୍ପାନୀରେ କାମ କରିବା ଲାଗି ଘରୁ ଚୁକ୍ତିକରି ଥିବାବେଳେ ଲୁହା କମ୍ପାନୀରେ କାମ ଦିଆଯାଉଛି। ରାଜି ନହେଲେ ଦାଦନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି।

ଠିକାଦାରଙ୍କୁ ପରିବାର ପକ୍ଷରୁ ଟଙ୍କା ଦେବାପରେ 6 ଜଣ ଦାଦନ ଘରକୁ ଫେରିବା ପରେ ଏବେବି ଚାରିବାଟିଆ ଓ ପୀରହାଟ ଅଂଚଳର ପ୍ରାୟ 33 ଜଣ ଦାଦନ ଶ୍ରମିକ ଦୁଃଖ ଦୁର୍ଦ୍ଦଶାରେ କାଳାତିପାତ କରୁଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଘରକୁ ଫେରେଇ ଆଣିବା ଲାଗି ଉଭୟ ତିହିଡି ଓ ନାୟକାଣିଡିହି  ଥାନାରେ ଏତଲା ହୋଇଥିବା ଜଣାଯାଇଛି।

ଅଭିଯୋଗ ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଚାରିବାଟିଆ ଅଂଚଳ କେତେକ ଦାଦନ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇ ଦେବାଲାଗି ସ୍ଥାନୀୟ ଅଂଚଳର ସରସ୍ୱତୀ ଦାସ ନାମ୍ନୀ ଜନୈକା ମହିଳା ଠିକାଦାରଙ୍କ ସହିତ ଚେନ୍ନାଇ ଯିବା ପାଇଁ କହିଥିଲେ । ଏନେଇ ଘଂଟେଶ୍ୱର ଅଂଚଳ ପଂଚୁଟିକ୍ରୀ ଗାଁର ସଞ୍ଜୟ ସାହୁ ଓ ପ୍ରଭାତ ସାହୁ ଦାଦନମାନଙ୍କୁ ଭେଟି ଆଲୋଚନା କରିଥିଲେ । ଚେନ୍ନାଇ ଯାଇ କାମ କରିବା ସମୟ ରେ ଦାଦନ ମାନେ ଦରମା ଦେଲେ ଘରକୁ ପଳେଇ ଆସିବେ ବୋଲି କହିଥିଲେ । ମାତ୍ର ଠିକାଦାର ସେମାନଙ୍କ ମାରଧର କରୁଥିବା ଅଭିଯୋଗ ହୋଇଛି । ପରେ ଭଦ୍ରଲୋକଙ୍କ ସହିତ ଆଲୋଚନା ହେବା ପରେ ଦଲାଲ ଙ୍କୁ ପ୍ରାୟ ୮୦ ହଜାର ଟଙ୍କା ଦିଆଯାଇଥିଲା । ପରେ ମାତ୍ର 6 ଜଣ ଘରକୁ ଫେରିଛନ୍ତି ।

ସେହିପରି ପୀରହାଟ,  ମାଲପୁର , ଭିତରପାଳ ଓ ମାଣକାଣି ଗ୍ରାମର ପ୍ରାୟ ୧୨ ଜଣ ଚେନ୍ନାଇ ରେ ଫସି ରହିଥିବା ସୂଚନା ମିଳିଛି । ସେମାନଙ୍କ ପାଇଁ ମୁଣ୍ଡ ପିଛା ୫୦ ହଜାର ଟଙ୍କା ଦିଆଗଲେ ଘରକୁ ଫେରେଇ ଦିଆଯିବ ବୋଲି ଅଭିଯୋଗ ହୋଇଛି। ଏଥିସହ ଠିକାଦାର ସେମାନଙ୍କ ସହିତ ଯୋଗାଯୋଗ ବିଚ୍ଛନ୍ନ କରିଥିବା ନେଇ ତିହିଡି ଥାନାରେ ଏତଲା କରାଯାଇଛି।ଦାଦନମାନେ ଶ୍ରମିକ ଭୋକ ଉପାସରେ ପଡିରହିଥିବା ଅଭିଭାବକମାନେ ଏତଲାରେ ଲେଖିଛନ୍ତି  । ସେହିପରି ସଂପୃକ୍ତ ଦଲାଲ ବା ଠିକାଦାରଙ୍କ ନାମରେ ବିଦେଇପୁର ଅଂଚଳରୁ ୧୩ ଜଣ ଓ ଖଦାଳପୋଖରୀରୁ ୮ ଜଣ ମୋଟ୍ ୨୧ ଜଣଙ୍କୁ ଚେନ୍ନାଇ ନେଇଥିବା ଓ  ସେମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ନେଇ  ଅଭିଭାବକମାନଙ୍କ ପକ୍ଷରୁ ନାୟକାଣୀଡିହି ଥାନାରେ ଏତଲା ହୋଇଛି ।

ଏତତ୍ ବ୍ୟତିତ ସଂପୃକ୍ତ ଠିକାଦାର ବିଭିନ୍ନ ଅଂଚଳରୁ ୨ ଶହରୁ ଅଧିକ ଦାଦନ ଶ୍ରମିକମାନଙ୍କୁ ଚେନ୍ନାଇ ନେଇଥିବା କୁହାଯାଉଛି। ପୋଲିସ ପ୍ରଶାସନ ତଦନ୍ତ କରି ଠିକାଦାରଙ୍କ ଦ୍ୱାରା ଚେନାଇରେ ନିର୍ଯ୍ୟାତନା ପାଉଥିବା ଶ୍ରମିକମାନଙ୍କୁ ଘରକୁ ଫେରେଇ ଆଣିବା ଲାଗି ନିବେଦନ କରାଯାଇଛି । ଅନ୍ୟପଟେ ତିହିଡି ବ୍ଲକ ଅଧକ୍ଷ୍ୟା ଘଟଣା ବିଷୟରେ ଅବଗତ ହେବା ପରେ ସମସ୍ତ ପଞ୍ଚାୟତର ସରପଞ୍ଚଙ୍କୁ ଏହି ଦଲାଲଙ୍କ ଦ୍ଵାରା ରାଜ୍ୟ ବାହାରକୁ ଯାଇଥିବା ଦାଦନଙ୍କ ତାଲିକା ମାଗିଛନ୍ତି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସହ କଥା ହେବା ପରେ ବିହିତ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।ତେବେ ଖୁବ ଶୀଘ୍ର ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ରାଜ୍ୟ ସରକାରଙ୍କ ଯୋଜନାରେ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ।

   Related Posts