ନେପାଳି ଯୁବକଙ୍କୁ ଜୋର୍ ଜବରଦସ୍ତି ଲଣ୍ଡା କଲେ, 'ଜୟ ଶ୍ରୀରାମ' ନାରା ଲଗାଇବାକୁ ବାଧ୍ୟ କଲେ

Published By : Prameya-News7 Bureau | July 18, 2020 IST

ବାରଣାସୀ,୧୮|୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ଜଣେ ନେପାଳି ନାଗରିକଙ୍କୁ ଜୋର୍ ଜବରଦସ୍ତି ଲଣ୍ଡା କରାଯାଇ ଜୟ ଶ୍ରୀରାମ ନାରା ଲଗାଇବାକୁ କୁହାଯାଇଛି । ବାରଣାସୀର ଏକ ସଙ୍ଗଠନ ଏପରି କରିବା ସହ ନେପାଳ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ବିରୋଧରେ ମଧ୍ୟ ନାରାବାଜି କରିଛନ୍ତି । ଏହି ଘଟଣା ପରେ ନେପାଳ ସହ ଭାରତର ତିକ୍ତତା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଘଟଣାରେ ପୋଲିସ ଅମିତ ପାଠକନାମକ ଜଣେ ଯୁବକଙ୍କୁ ଗିରଫ କରିଛି । ଏପରିକି ଭାରତରେ ଅବସ୍ଥାପିତ ନେପାଳ ରାଷ୍ଟ୍ରଦୂତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଛନ୍ତି । ଏପରକି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।

ପୋଲିସ ଅମିତଙ୍କୁ ଗିରଫ କରିବା ପରେ ପଚରାଉଚରା ଜାରି ରଖିଛି । ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି ।

ନେପାଲ ପ୍ରଧାନମନ୍ତ୍ରୀ ଓଲି ଗସ ସପ୍ତାହରେ କହିଥିଲେ ଯେ, ଅଯୋଧ୍ୟାକୁ ରାମଙ୍କ ଜନ୍ମଭୂମି କୁହାଯାଉଛି । କିନ୍ତୁ ବାସ୍ତବରେ କାଠମାଣ୍ଡୁ ନିକଟରେ ଏକ ଏାଟ ଗାଁ ହେଉଛି ରାମଙ୍କ ଜନ୍ମସ୍ଥାନ । ଏହାପରେ ବିବାଦ ଆରମ୍ଭ ହୋଇଥିଲା । ଏପରିକି ସାଂସ୍କୃତିକ ରୂପରେ ସେମାନଙ୍କ ଉପରେ ଜୁଲମ କରାଯିବା ସହ ଭୁଲ ତଥ୍ୟ ଦର୍ଶାଯାଇଛି ବୋଲି ମଧ୍ୟ କହିଥିଲେ । ଏହି ଗ୍ରାମ ହେଉଛି ବୀରଗଞ୍ଜ । ଯାହା ନେପାଳ ରାଜଧାନୀ କାଠମାଣ୍ଡୁରୁ ପ୍ରାୟ ୧୩୫ କିଲୋମିଟର ଦୂରରେ ଅବସ୍ଥିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.