Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବୋହୂକୁ ନିର୍ଯାତନା ସହ ମରଣାନ୍ତକ ଆକ୍ରମଣ, ଶ୍ବଶୁରଘର ଲୋକଙ୍କ ବିରୋଧରେ ବୋହୂ ଆଣିଲେ ଅଭିଯୋଗ

17/04/2021 at 1:28 PM

ସାଲେପୁର ୧୭।୪ : ବୋହୁ ଶାଶୁଘର ଲୋକ ଦେଲେ ନିର୍ଯାତନା । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କିଶନନଗର ଥାନା ଅଧୀନସ୍ଥ କୋଷିଦା ଗାଁରେ । କୋଷିଦା ଗ୍ରାମର ମନୋଜ ସାହୁଙ୍କ ପତ୍ନୀ ସସ୍ମିତା ସାହୁ କିଶନନଗର ଥାନାରେ ତାଙ୍କୁ ଶାଶୁ ଘର ଲୋକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।  ଅଭିଯୋଗ ପରେ କିଶନନଗର ପୋଲିସ କେସ୍ କରି ଚୁପ୍ ବସିପଡିଛି । ନିଜକୁ ଅସୁରକ୍ଷିତ ମଣି ସସ୍ମିତା ଏବେ ନ୍ୟାୟ ପାଇଁ ସାଲେପୁର ଏସଡିପିଓଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ସ୍ବାମୀ ବାହାରେ ରହୁଥିବାରୁ ଏହାର ଫାଇଦା ନେଇ  ଦୁଇ ଦିଅର, ଶ୍ବଶୁର  ଜୀବନରୁ ମାରିଦେବାକୁ  ବହୁଥର ମରଣାନ୍ତକ ଆକ୍ରମଣ କରିଥିବା ଆଗରୁ କିଶନନଗର ଥାନାରେ ଅଭିଯୋଗ କରିଛନ୍ତି ।  ସ୍ଵାମୀ ବାହାରେ ରୁହନ୍ତି ମୋର ଜୀବନ ପ୍ରତି ବିପଦ ଅଛି ଏନେଇ ସସ୍ମିତା ସାହୁ କିଶନନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ କିଶନନଗର ପୋଲିସ ଅଭିଯୋଗ ପାଇଁ ଏକ କେସ୍ ରୁଜୁ କରି ଚୁପ୍ ବସିପଡିଛି । ଏବେ ନ୍ୟାୟ ପାଇଁ ସସ୍ମିତା ସାଲେପୁର ଏସଡିପିଓଙ୍କ ଦ୍ବାରସ୍ଥ ହୋଇଛନ୍ତି । ଘଟଣାର ତଦନ୍ତ କରାଯିବା ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

   Related Posts