କାନାଡା ଟି-୨୦ ପାଇଁ ଯୁବରାଜଙ୍କୁ ମନୋନୀତ କରିଛି ଟୋରେଣ୍ଟୋ ନ୍ୟାସନାଲସ୍, ବିସିସିଆଇଙ୍କ ଅନୁମତିକୁ ଅପେକ୍ଷା

Published By : Prameya-News7 Bureau | June 21, 2019 IST

ନିକଟରେ ଅନ୍ତର୍ଜାତୀୟ କ୍ରିକେଟକୁ ଗୁଡବାୟ କହିଥିବା ଯୁବରାଜ ସିଂହଙ୍କୁ କାନାଡାରେ ଖେଳାଯିବାକୁ ଥିବା ଟି-୨୦ ଲିଗ୍ ନିମନ୍ତେ ଟୋରେ ଣ୍ଟୋ ନ୍ୟାସନାଲ୍ସ ବିଦେଶୀ ଖେଳାଳି ଭାବେ ମନୋନୀତ କରିଛି। ଏହି ଲିଗ୍ ରେ ନ୍ୟୁଜିଲ୍ୟାଣ୍ଡର ବ୍ରେଣ୍ଡନ ମ୍ୟାକୁଲମ ଓ ୱେଷ୍ଟଇଣ୍ଡିଜ୍ ର କିରୋନ ପାଲାର୍ଡ ମଧ୍ୟ ଟୋରେଣ୍ଟ ପକ୍ଷରୁ ଖେଳିବେ। ଏଣୁ ଏହି ଟି-୨୦ ଲିଗ ଖେଳିବା ପାଇଁ  ଯୁବରାଜ ବିସିସିଆଇଙ୍କ ଅନୁମତି ମାଗିଥିବା ଜଣାପଡିଛି। ବିସିସିଆଇ ଅନୁମତି ଦେଲେ ଯୁବରାଜ ବିଦେଶରେ ଟି-୨୦ ଲିଗ୍ ଖେଳିବାରେ ହେବେ ପ୍ରଥମ ଭାରତୀୟ ଖେଳାଳି।  

{"id":125583,"width":584,"height":388}

ଜୁଲାଇ ୨୫ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଟି-୨୦ ଲିଗ୍ ଅଗଷ୍ଟ ୧୧ ତାରିଖରେ ଉଦଯାପିତ ହବେ।  ତେବେ ବିସିସିଆଇ ସକ୍ରିୟ କ୍ରିକେଟରଙ୍କୁ ବିଦେଶୀ ମ୍ୟାଚ୍ ଖେଳିବାକୁ ଅନୁମତି ଦିଅନ୍ତି ନାହିଁ। ହେଲେ ଯୁବରାଜ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିବାରୁ ଲିଗ୍ ଖେଳିବା ପାଇଁ ବିସିସିଆଇ ବାଧକ ହେବେ ନାହିଁ ବୋଲି ଅନୁମାନ କରାଯାଉଛି। ତେବେ ଯୁବରାଜଙ୍କ ପୂର୍ବରୁ ବୀରେନ୍ଦ୍ର ସେହେୱାଗ ଓ ଜହିର ଖାନ ୟୁଏଇରେ ଟି-୧୦ ମ୍ୟାଚ୍ ଖେଳିଥିଲେ।

{"id":125586}

ଇର୍ଫାନ ପଠାନଙ୍କୁ ଡ୍ରାଫ୍ଟ ଜରିଆରେ କେରିବିୟାନ ପ୍ରିମିୟର ଲିଗରେ ସାମିଲ କରାଯାଇଥିଲା। ତେବେ ଇର୍ଫାନ ଏଥିପାଇଁ ବିସିସିଆଇରୁ ଅନୁମତି ନେଇ ନଥିଲେ କି ପ୍ରଥମ ଶ୍ରେଣୀ କ୍ରିକେଟରୁ ସନ୍ୟାସ ମଧ୍ୟ ନେଇ ନଥିଲେ । ଏହି କାରଣରୁ ୨ ବର୍ଷ ପୂର୍ବେ ବିସିସିଆଇ ଇର୍ଫାନଙ୍କ ଭାଇ ୟୁସୁଫ ପଠାନଙ୍କୁ ପ୍ରଦାନ କରିଥିବା ଏନଓସି ପ୍ରତ୍ୟାହର କରିନେଇଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.