କୋଭିଡ-୧୯ ‘ଡେଲ୍ଟା’ ପ୍ରକାରକୁ ଡା.ଫାଉସୀ କହିଲେ ‘ନାଷ୍ଟି ଭାରିଆଣ୍ଟ’

Published By : Prameya-News7 Bureau | July 11, 2021 IST

ୱାସିଂଟନ: ଆମେରିକାର ଶୀର୍ଷ କରୋନା ଭାଇରସ ପରାମର୍ଶଦାତା ଡା. ଅନ୍ଥୋନୀ ଫାଉସୀ କୋଭିଡ-୧୯ର ‘ଡେଲ୍ଟା’ ପ୍ରକାରକୁ  ‘ନାଷ୍ଟି ଭାରିଆଣ୍ଟ’ ବୋଲି କହିଛନ୍ତି। ଚୀନ ଉପଜ ମୂଳ କରୋନା ଭୂତାଣୁର ଏହି ପ୍ରକାର ଭାରତରେ ପ୍ରଥମେ ଦେଖା ଯାଇଥିଲା। ଯାହା ବ୍ୟକ୍ତିଙ୍କଠାରୁ ବ୍ୟକ୍ତିଙ୍କୁ ତୀବ୍ର ପ୍ରସାରିତ ହେଉଥିବା ବେଳେ ଘାତକ ମଧ୍ୟ। ତେବେ ଆମେରିକା ପ୍ରସ୍ତୁତ କୋଭିଡ ଭାକ୍ସିନ ଭୂତାଣୁର ଏହି ପ୍ରକାରକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଲୋକେ ଭୂତାଣୁ ପ୍ରକୋପରୁ ସୁରକ୍ଷିତ ହୋଇପାରିଥିବା ସେ କହିଛନ୍ତି।

ଏକ ଗଣମାଧ୍ୟମ ସାକ୍ଷାତକାରରେ ଆମ ପାଖରେ ଏହାର ମୁକାବିଲା ଲାଗି ଟିକା ପୂର୍ବରୁ ପ୍ରସ୍ତୁତ ହୋଇ ସାରିଥିଲା, ଏଣୁ ଆମେରିକା ଏହା ପ୍ରକପରୁ ବର୍ତ୍ତି ଯାଇଥିବା କହିଛନ୍ତି। ତେବେ ଦେଶର ଏପରି ଅନେକ ସ୍ଥାନ ଏବେବି ରହିଛି ଯେଉଁଠି ଟିକାକରଣ ଆଗେଇ ପାରିନି। ଭୂତାଣୁ ନେଇ ସେହି ସବୁ କ୍ଷେତ୍ର ଲାଗି ଏବେ ବିପଦ ଉପୁଜିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

{"id":479088,"sizeSlug":"large","linkDestination":"none"}

ତେବେ ରାଷ୍ଟ୍ରପତି ଜୋ ବାଇଡେନ ପ୍ରତ୍ୟେକ ନାଗରିକଙ୍କୁ ଟିକାକରଣ ଲାଗି ଆହ୍ୱାନ କରିଥିବା ଓ ଏବାବଦେ ଯାହାବି ତ୍ରୁଟିପୂର୍ଣ୍ଣ ଖବର ପ୍ରସାରିତ ହେଉଛି ତାକୁ ଲୋକେ ବିଶ୍ୱାସ ନ କରିବାକୁ ନିବେଦନ କରିଛନ୍ତି। ଏଥିରୁ ଦେଶରେ ଏବେ ବ୍ୟାପକ ଟିକାକରଣ ହୋଇପାରିବା ସହ ଭୂତାଣୁ ପ୍ରକାର ବିରୋଧରେ ଲଢିବାକୁ ଆମେରିକୀୟଙ୍କ ମଧ୍ୟରେ ନୂଆ କ୍ଷମତା ସୃଷ୍ଟି ହୋଇପାରିବ ବୋଲି ଫଉାସୀ କହିଛନ୍ତି।

ବିଜ୍ଞାନରେସବୁ ସ୍ପଷ୍ଟ ଏଣୁ ଯେତେଶୀଘ୍ର ସମ୍ଭବ ଟିକାକରଣ କରି ନିଜକୁ ଭୂତାଣୁର ଏହି ପ୍ରକାରରୁ ଲୋକେ ସୁରକ୍ଷିତ କରିବା ସେମାନଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ଡା. ଫାଉସୀ କହିଛନ୍ତି। ଏହି ଟିକା ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଛି ଓ ଏହା ବାସ୍ତବରେ କାମ କରୁଛି। ଏଣୁ ଟିକାକୁ ନେଇ ସାମାନ୍ୟ ସନ୍ଦେହ କରିବାର ନାହିଁ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.