୨୦୨୧ ଆପ୍ ଷ୍ଟୋରର ଆସିଲା ଟପ୍ ୧୦ ଆପର ତାଲିକା, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ...

Published By : Prameya-News7 Bureau | December 03, 2021 IST

ନୂଆଦିଲ୍ଳୀ ୦୩।୧୨ :  ସାଧାରଣତଃ ସମସ୍ତେ ଆଜିକାଲି ସ୍ମାଟ୍‌ ଫୋନ୍‌ ବ୍ୟବହାର କରୁଛନ୍ତି । ଯାହାକୁ ଦେଖିବ କିଏ ହ୍ବାଟ୍ଆପ୍‌ ତ ଆଉ କିଏ ଫେସ୍‌ବୁକ୍‌ରେ ବ୍ୟସ୍ତ ଥିବେ । ହେଲେ ବର୍ତ୍ତମାନ ସଭିଏଁ ବିଭିନ୍ ପ୍ରକାରର ଆପ୍‌ ଡାଉନ୍‌ଲୋଡ୍‌ କରୁଛନ୍ତି । ସେଥି ମଧ୍ୟରୁ କେତେକ ଆପ୍‌ର ବହୁତ ଚାହିଦା  ରହିଛି । ତେବେ  ୨୦୨୧ ବର୍ଷ ଶେଷ ହେବାକୁ ଯାଉଛି । ଏହି ପର୍ଯ୍ୟାୟକୁ ଦେଖିବାକୁ ଗଲେ ଆପଲ୍ ୨୦୨୧ରେ ଆପ୍ ଷ୍ଟୋର୍‌ରେ ଭାରତର ୧୦ଟି ଲୋକପ୍ରିୟ ଆପ୍ର ତାଲିକା ପ୍ରକାଶ କରିଛି। କେଉଁ ଆପ୍ ଗୁଡିକ ଟପ୍‌ ୧ ରୁ ୧୦ ପର୍ଯ୍ୟନ୍ତ ଅଛି ତାହା ଜଣାପଡିଛି ।

ହ୍ବାଟ୍ସଆପ୍‌- ଦୁନିଆର ସର୍ବାଧିକ ବ୍ୟବହୃତ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ ଭାରତର ଆପ୍ ଷ୍ଟୋର୍‌ରେ ସବୁଠାରୁ ଲୋକପ୍ରିୟ ଆପ୍‌ ଭାବେ ପରିଚିତ୍ । ଏହି ଆପ୍‌ଟି ଯେତେଥର ଡାଉନ୍‌ଲୋଡ୍‌ ହୋଇଛି ସେତିକି ମାତ୍ରାରେ ବହୁତ ବ୍ୟବହାର ହେଉଛି । ତେବେ ଡାଉନଲୋଡ୍ ହୋଇଥିବା ଆପର ଶୀର୍ଷରେ ରହିଛି ହ୍ବାଟ୍ସଆପ୍‌ ।

ୟୁଟ୍ୟୁବ୍‌- ସମସ୍ତଙ୍କ ଫୋନ୍‌ରେ ୟୁଟ୍ୟୁବ୍‌ ତଥାଏ । ଏହା ଛୋଟ ପିଲା ଠାରୁ ବଡ ପିଲା ଯାଏଁ ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି ।ଏଥିରେ ଗୀତ, ଭିଡିଓ ଏବଂ ଟ୍ରେଣ୍ଡିଂ ଭିଡିଓ ଦେଖିବା ପାଇଁ ଲୋକମାନେ ଏହି ଆପକୁ ବହୁତ ମାତ୍ରାରେ ବ୍ୟବହାର କରନ୍ତି । ଏଥିପାଇଁ ଏହି ଆପ୍ ଷ୍ଟୋର୍‌ରେ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।

ଇନ୍‌ଷ୍ଟାଗ୍ରାମ୍‌- ତେବେ ଏହାର ତୃତୀୟ ସ୍ଥାନ ରହିଛି ଇନ୍‌ଷ୍ଟାଗ୍ରାମ୍‌ । ଏହି ଆପ୍‌ ସୋସିଆଲ ମିଡିଆ ଆପକୁ ଚଳିତ ବର୍ଷ ଲୋକମାନେ ବହୁ ମାତ୍ରାରେ ପସନ୍ଦ କରିଥିଲେ। ଆପ୍ ଷ୍ଟୋର୍‌ରେ । ଯେଉଁଥିରେ ୟୁଜର୍ସମାନେ ଫଟୋ , ଭିଡିଓ ପରି ସମସ୍ତ ଜିନିଷକୁ ସେୟାର କରିଥାନ୍ତି ।

ଫେସ୍‌ବୁକ୍‌- ସବୁଠାରୁ ପୁରୁଣା ଓ ଲୋକପ୍ରିୟ ଆପ୍ ହେଉଛି ଫେସ୍‌ବୁକ୍‌ । ୨୦୨୧ରେ ଲୋକପ୍ରିୟ ଆପ୍‌ ଷ୍ଟୋରରେ ଚତୁର୍ଥ ସ୍ଥାନରେ ରହିଛି ।

ଗୁଗୁଲ୍‌ ପେ- UPI ପେମେଣ୍ଟ ଆପରେ ଗୁଗୁଲ୍ ପେ ବର୍ତ୍ତମାନ ଏହାକୁ ସବୁଠାରେ ବ୍ୟବହାର କରାଯାଇଉଛି । ଯାହାଫଳରେ ଏହା ଦ୍ରୁତ ଗତିରେ ବଢି ଚାଲିଛି । ଆପ୍ ଷ୍ଟୋରରେ ଏହି ଆପ୍‌କୁ ଲୋକପ୍ରିୟତା ଦୃଷ୍ଟିରୁ ପଞ୍ଚମ ସ୍ଥାନରେ ରହିଛି ।

ସ୍ନାପ୍‌ଚାଟ୍‌- ୨୦୨୧ରେ ଆପ୍ ଷ୍ଟୋର୍‌ରେ ସବୁଠାରୁ ଲୋକପ୍ରିୟ ଆପ୍ ତାଲିକାରେ ସ୍ନାପଚାଟ୍ ରହିଛି । ଯେଉଁଥିରେ କି ବିଭିନ୍ନ ପ୍ରକାର ଇଫେକ୍ଟରେ ଫଟୋ ଉଠାଇ ପାରିବେ । ଏଥିପାଇଁ ଏହି ଆପ୍‌ଟି ଷଷ୍ଠ ସ୍ଥାନ ହାସଲ କରିବାରେ ସଫଳ ହୋଇଛି।

ଆମାଜନ ଇଣ୍ଡିଆ- ଅଧିକାଂଶ ଆଇଫୋନ୍ ୟୁଜର୍ସମାନେ ଅନେକ ଅନଲାଇନ୍‌ ସପିଂ ବ୍ୟବହାର କରିଥାନ୍ତି । କିନ୍ତୁ କେତେକ ସପିଂ ଆପ୍‌ ମଧ୍ୟରୁ ଆମାଜନକୁ ବେଶୀ ବ୍ୟବହାର କରାଯାଇଛି । ଏହାର ୭ ନମ୍ବର ସ୍ଥାନ ଅଧିକାର କରିଛି ।

ଫୋନ୍ ପେ- ଆପ୍ ଷ୍ଟୋର୍‌ର ଶ୍ରେଷ୍ଠ ଦଶଟିରେ ଏହା ହେଉଛି ଦ୍ୱିତୀୟ UPI ପେମେଣ୍ଟ୍ ଆପ୍ । ଯାହା ଗୁଗୁଲ୍‌ ପେ ପରେ ଫୋନ୍ ପେ ଚଳିତ ବର୍ଷ ଅଷ୍ଟମ ସ୍ଥାନ ରହିଛି ।

ଗୁଗୁଲ୍ କ୍ରୋମ୍: ଇଣ୍ଟରନେଟ୍ ବ୍ରାଉଜିଂ ପାଇଁ କ୍ରୋମ୍ ଦୁନିଆରେ ସବୁଠାରୁ ଲୋକପ୍ରିୟ ଓ ପୁରୁଣା ଆପ୍‌ । ଏହା ଆପ୍ ଷ୍ଟୋର୍‌ରେ ଲୋକପ୍ରିୟତା ଦୃଷ୍ଟିରୁ ଏହା ୯ମ ସ୍ଥାନରେ ରହିଛି।

Gmail- ସବୁଠାରୁ ବଡ କଥା ହେଲା Gmailର ଏହି ରାଙ୍କିଂ ଟିକେ ଆଶ୍ଚର୍ଯ୍ୟଜନକ । କାହିଁକି ନା Gmail ପ୍ରାୟତଃ ଦୁନିଆରେ ସମସ୍ତେ ବ୍ୟବହାର କରନ୍ତି । ହେଲେ ତାହା ବର୍ତ୍ତମାନ ୨୦୨୧ ଆପ୍ ଷ୍ଟୋର୍‌ରେ ଲୋକପ୍ରିୟତା ଦୃଷ୍ଟିରୁ Gmail ଦଶମ ସ୍ଥାନ ଅଧିକାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.