୧୪ ମହଲା କୋଠାରୁ ପଡି ଋଷ୍ ବୈଜ୍ଞାନିକଙ୍କ ସନ୍ଦେହଜନକ ମୃତ୍ୟୁ, କରୋନା ଟିକା ଉପରେ କରୁଥିଲେ କାମ

Published By : Prameya-News7 Bureau | December 21, 2020 IST

ମସ୍କୋ ୨୧।୧୨: କରୋନା ଟିକା ପ୍ରସ୍ତୁତିରେ ଲାଗିଥିବା ଋଷ୍ ର ଜଣେ ପ୍ରମୁଖ ବୈଜ୍ଞାନିକଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ ୪୫ ବର୍ଷ ବୟସ୍କ ବୈଜ୍ଞାନିକ ଅଲେକଜେଣ୍ଡର ସାଶା ନିଜ ଫ୍ଲାଟ୍ ର ୧୪ ମହଲାରୁ ତଳକୁ ଖସି ପଡିଥିଲେ । ସେହି ସମୟରେ ସେ କେବଳ ଅଣ୍ଡରଓ୍ବିୟର ପିନ୍ଧିଥିଲେ ।

{"id":380588,"sizeSlug":"large","linkDestination":"none"}
aajtak

ପୋଲିସ ହତ୍ୟା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି । ୪୫ ବର୍ଷ ବୟସ୍କ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ବୈଜ୍ଞାନିକଙ୍କ ଶରୀରରେ ଛୁରୀରେ ଆକ୍ରମଣ କରାଯାଇଥିବା ଚିହ୍ନ ରହିଛି । ଆଲେକଜେଣ୍ଡର ସାଶା କଗନକ୍ସି ବାୟୋଲୋଜିଷ୍ଟ ଭାବେ କାମ କରୁଥିଲେ । ବ୍ରିଟେନ୍ ର ଏଡିନବର୍ଗ ୟୁନିଭରସିଟି ସହ ମଧ୍ୟ ସେ ଜଡିତ ଥିଲେ । ପ୍ରାୟ ୧୩ ବର୍ଷ ପର୍ଯ୍ୟନ୍ତ କଗନକ୍ସି ସ୍କଟଲ୍ୟାଣ୍ଡରେ କାମ କରୁଥିଲେ ।

{"id":380589,"sizeSlug":"large","linkDestination":"none"}
aajtak

ଋଷ୍ ଖବରକାଗଜ Moskovsky Komsomoletsର ରିପୋର୍ଟ ଅନୁସାରେ, କଗନକ୍ସି କରୋନା ଟିକା ପ୍ରସ୍ତୁତରେ ଲାଗିଥିଲେ ଏବଂ ତାଙ୍କ ମୃତ୍ୟୁ ସନ୍ଦେହଜନକ ପରିସ୍ଥିତିରେ ହୋଇଛି । ଏହା ସ୍ପଷ୍ଟ ହୋଇନାହିଁ ଯେ, ସେ କରୋନାର କେଉଁ ଟିକା ଉପରେ କାମ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.