Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତ ଓ ପାକିସ୍ତାନର ୧୦ ଜଣ ସବୁଠୁ ଧନୀ ଖେଳାଳିଙ୍କ ତାଲିକା ଦେଖନ୍ତୁ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) କ୍ରିକେଟ ଜଗତକୁ ସବୁଠୁ ଧନୀ କ୍ରିକେଟ ବୋର୍ଡ ବୋଲି କୁହାଯାଏ। ସାଧାରଣତଃ ଭାରତୀୟ ଖେଳାଳିଙ୍କୁ ବିଶ୍ବର ସବୁଠୁ ଧନୀ ଖେଳାଳି ବୋଲି ମଧ୍ୟ କୁହାଯାଏ। ତେବେ ଭାରତ ଓ ପାକିସ୍ତାନର ୧୦ ଜଣ ସବୁଠୁ ଅଧିକ ଧନୀ ଖେଳାଳି କିଏ ଆସନ୍ତୁ ଜାଣିବା ।

୧- ସଚିନ ତେନ୍ଦୁଲକର, ଭାରତ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ବ୍ୟାଟ୍ସମ୍ୟାନ ସଚିନ ଏବେ କ୍ରିକେଟରୁ ସନ୍ୟାସ ନେଇଛନ୍ତି ସତ ହେଲେ ଏବେ ମଧ୍ୟ ସେ ଭାରତର ସବୁଠୁ ଧନୀ ଖେଳାଳି। ସଚିନଙ୍କ ପାଖରେ ସବୁଠୁ ବଡ ରକମ ରହିଛି। ତାଙ୍କ ପାଖରେ ୧୦୬୬ କୋଟି ଟଙ୍କାର ସମ୍ପତ୍ତି ଅଛି।

୨- ମହେନ୍ଦ୍ର ସିଂହ ଧୋନୀ, ଭାରତ

ଭାରତୀୟ ଟିମ୍‌ର ୱିକେଟକିପର ତଥା ବ୍ୟାଟ୍ସମ୍ୟାନ ଏମ୍‌ଏସ୍‌ ଧୋନୀ ଟିମ୍‌ର ସବୁଠୁ ସଫଳ କ୍ୟାପଟେନ ରହିସାରିଛନ୍ତି। ଭାରତର ଧନୀ କ୍ରିକୋଟରଙ୍କ ମଧ୍ୟରୁ ସେ ଦ୍ବିତୀୟ ନମ୍ବରରେ ଅଛନ୍ତି। ଧୋନୀଙ୍କ ପାଖରେ ପାଖାପାଖି ୭୩୪ କୋଟି ଟଙ୍କା ଅଛି।

୩- ଇମ୍ରାନ ଖାନ, ପାକିସ୍ତାନ

ପୂର୍ବତନ ପାକିସ୍ତାନୀ କ୍ରିକେଟର ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନର ସବୁଠୁ ଧନୀ କ୍ରିକେଟର। ତାଙ୍କ ପାଖରେ ପାଖାପାଖି ୪୯୮ କୋଟି ଟଙ୍କା ଅଛି।

୪- ବିରାଟ କୋହଲି, ଭାରତ

ଭାରତୀୟ ଟିମ୍‌ର ସବୁଠୁ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି କିଛି ଦିନ ପୂର୍ବରୁ ଭାରତର ଧନୀ କ୍ରିକେଟରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ଭାରତର ତୃତୀୟ ସବୁଠୁ ଧନୀ କ୍ରିକେଟର ହେଉଛନ୍ତି ବିରାଟ। ବିରାଟଙ୍କ ପାଖରେ ପାଖାପାଖି ୩୯୦ କୋଟି ଟଙ୍କା ଅଛି।

୫- ଶାହିଦ ଅଫ୍ରିଦି, ପାକିସ୍ତାନ

ପୂର୍ବତନ ପାକିସ୍ତାନ କ୍ରିକେଟର ଶାହିଦ ଅଫ୍ରିଦିଙ୍କ ପାଖରେ ପାଖାପାଖି ୩୩୪ କୋଟି ଟଙ୍କା ରହିଛି।

୬- ବିରେନ୍ଦ୍ର ସହୱାଗ, ଭାରତ

ଭାରତୀୟ ଟିମ୍‌ର ପୂର୍ବତନ ଦମଦାର ଖେଳାଳୀ ବିରେନ୍ଦ୍ର ସେହୱାଗ ଦେଶର ଚତୁର୍ଥ ସବୁଠୁ ଧନୀ କ୍ରିକେଟର। ତାଙ୍କ ପାଖରେ ୨୨୫ କୋଟି ଟଙ୍କା ଅଛି।

୭- ସୋଏବ ମଲ୍ଲିକ, ପାକିସ୍ତାନ

ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କ ପାଖରେ ପାଖାପାଖି ୧୭୭ କୋଟି ଟଙ୍କା ଅଛି।

୮- ମହମ୍ମଦ ହଫିଜ, ପାକିସ୍ତାନ

ପାକିସ୍ତାନ କ୍ରିକେଟର ମହମ୍ମଦ ହଫିଜଙ୍କ ପାଖରେ ପାଖାପାଖି ୧୬୩ କୋଟି ଟଙ୍କା ଅଛି।

୯- ୟୁସୁଫ ପଠାନ, ଭାରତ

ଭାରତୀୟ ଟିମ୍‌ର ଅଲରାଉଣ୍ଡର କ୍ରିକେଟର ୟୁସୁଫ ଭାରତୀୟ ଟିମ୍‌ ପାଇଁ ଅଧିକ ମ୍ୟାଚ୍‌ ଖେଳିନାହାନ୍ତି ସତ ହେଲେ ଆଇପିଏଲରେ ଧମାକେଦାର ପ୍ରଦର୍ଶନ ଯୋଗୁଁ ଭାରତର ପଞ୍ଚମ ସବୁଠୁ ଧନୀ କ୍ରିକେଟର ହୋଇପାରିଛନ୍ତି। ୟୁସୁଫଙ୍କ ପାଖରେ ଏବେ ୧୫୨ କୋଟି ଟଙ୍କା ଅଛି।

୧୦- ଅଜହର ଅଲ୍ଲୀ, ପାକିସ୍ତାନ

ପୂର୍ବତନ ପାକିସ୍ତାନୀ ଖେଳାଳୀ ଅଜହରଙ୍କ ପାଖରେ ୧୦୬ କୋଟି ଟଙ୍କା ଅଛି।

 

1175 Views

   ସମ୍ବନ୍ଧିତ ଖବର