ଏମାନେ ହେଉଛନ୍ତି ଦୁନିଆର ସବୁଠାରୁ ବଡ ଦାନବୀର : କରୋନା ସଙ୍କଟ ମଧ୍ୟରେ ଦାନ କରିଛନ୍ତି କୋଟି କୋଟି ଡଲାର

Published By : Prameya-News7 Bureau | August 12, 2020 IST

ନୂଆଦିଲ୍ଲୀ ୧୨/୦୮ : ଏମାନେ ହେଉଛନ୍ତି ଦୁନିଆର ସବୁଠାରୁ ବଡ ଦାନବୀର ଯେଉଁମାନେ କରୋନା ସଙ୍କଟ ସମୟରେ କୋଟି କୋଟି ଟଙ୍କା ଦାନ କରିଛନ୍ତି |

{"id":313621,"sizeSlug":"large"}

ଜ୍ୟାକ୍ ଡୋରୋସି - ଟ୍ୱିଟର ସିଇଓ ଜ୍ୟାକ୍ ଡୋରୋସି ରିଲିଫ ଓ ଅନ୍ୟାନ୍ୟ କାମ ପାଇଁ ୧୦୦ କୋଟି ଆମେରିକୀୟ ଡଲାର ଦାନ କରିବାକୁ ଘୋଷଣା କରିଛନ୍ତି | ଏହା ତାଙ୍କ ସମ୍ପତ୍ତିର ପାଖାପାଖି ୨୧.୭୪ ପ୍ରତିଶତ |

{"id":313623,"sizeSlug":"large"}

ବିଲ୍ ଗେଟ୍ସ - ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଅନେକ ବର୍ଷ ଜଏନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିର ସ୍ଥାନରେ ଥିଲେ | ବିଲ୍ ଗେଟ୍ସ ଓ ତାଙ୍କ ପତ୍ନୀ ୩୦.୫ କୋଟି ଡଲାର ଦାନ କରିଛନ୍ତି | ଏହା ତାଙ୍କ ସମ୍ପତ୍ତିର ୦.୨୮ ପ୍ରତିଶତ ଯାହା ଲୋକଙ୍କ ଚିକିତ୍ସା ଓ ଭ୍ୟାକସିନ ବିକାଶ ପାଇଁ ଖର୍ଚ୍ଚ ହେବ |

{"id":313625,"sizeSlug":"large"}

ଅଜିମ୍ ପ୍ରେମଜୀ - ୱିପ୍ରୋ ଚେୟାରମ୍ୟାନ୍ ଅଜିମ୍ ପ୍ରେମଜୀ ପୂର୍ବରୁ ଦେଶର ସବୁଠାରୁ ଧନୀ ବ୍ୟକ୍ତି ଥିଲେ | ଆମେରିକା ବିଜନେସ ମାଗାଜିନ ଫୋର୍ବସ୍ ଅନୁଯାୟୀ ୧୯୯୯ ରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ଥିଲେ | ତାଙ୍କର ମୋଟ ସମ୍ପତ୍ତି ୧୫.୯ ବିଲିୟନ ଡଲାର | ସେ ୮ ବିଲିୟନ ଡଲାର ଦାନ କରିଛନ୍ତି |

{"id":313626,"sizeSlug":"large"}

ଜର୍ଜ ସୋରୋସ୍ - ଜର୍ଜ ସୋରୋସ୍ ହେଉଛନ୍ତି ସୋରୋସ୍ ଫଣ୍ଡ ମ୍ୟାନେଜମେଣ୍ଟ କମ୍ପାନୀର ଅବସରପ୍ରାପ୍ତ ପ୍ରତିଷ୍ଠାତା | ବର୍ତ୍ତମାନ ଜର୍ଜ ଓପନ ସୋସାଇଟି ଫାଉଣ୍ଡେସନର ଚେୟାରମ୍ୟାନ ଅଛନ୍ତି | ସେ ନିଜ ସମ୍ପତ୍ତିରୁ ୮ ବିଲିୟନ ଡଲାର ଦାନ କରିଛନ୍ତି | ବର୍ତ୍ତମାନ ତାଙ୍କର ମୋଟ ସମ୍ପତ୍ତି ୨୪.୪ ବିଲିୟନ ଡଲାର ରହିଛି | 

{"id":313628,"sizeSlug":"large"}

ଜେଫ ବେଜୋସ - ଆମାଜନ ମୁଖ୍ୟ ଜେଫ ବେଜୋସ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ଅଛନ୍ତି | କରୋନା ସଙ୍କଟ ସମୟରେ ଲୋକଙ୍କୁ ଅନାହାରରୁ ରକ୍ଷା କରିବା ପାଇଁ ୧୦ କୋଟି ଡଲାର ଦାନ କରିଛନ୍ତି | ଏହା ତାଙ୍କର ମୋଟ ସମ୍ପତ୍ତିର ୦.୦୭ ପ୍ରତିଶତ |

{"id":313629,"sizeSlug":"large"}

ୱାରେନ୍ ବଫେଟ୍ - ୱାରେନ୍ ବଫେଟ୍ ଏମିତି ଜଣେ ନିବେଶକ ଯାହାଙ୍କୁ ପୁଞ୍ଜି ବିନିଯୋଗରେ ଯାଦୁଗର ଭାବେ ବିବେଚନା କରାଯାଏ | ଲଗାତାର ଵିନୋଯୋଗ କରି ସେ ସମ୍ପତ୍ତି ଅର୍ଜନ କରିଛନ୍ତି | ବର୍ତ୍ତମାନ ୱାରେନ୍ ବଫେଟଙ୍କ ସମ୍ପତ୍ତି ୬୧ ବିଲିୟନ ଡଲାର ଅଛି | ସେଥିରୁ ସେ ୨୧.୫ ବିଲିୟନ ଡଲାର ଦାନ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.