ବଲିଉଡ ଇଣ୍ଡଷ୍ଟ୍ରିର ୪ ମହଙ୍ଗା ଶିଶୁ କଳାକାର, ଯେଉଁମାନେ ଗୋଟିଏ ଦିନ ଅଭିନୟ ପାଇଁ ନିଅନ୍ତି ୨୫ରୁ ୩୦ ହଜାର ଟଙ୍କା

Published By : Prameya-News7 Bureau | May 11, 2019 IST

ଫିଲ୍ମ ଓ ଟେଲିଭିଜନ ଇଣ୍ଡଷ୍ଟ୍ରିରେ କିଛି ଶିଶୁ କଳାକାର ସେମାନଙ୍କ ଅଭିନୟ ଓ ବାଲ୍ୟ ଚପଳତାରେ ଦର୍ଶକଙ୍କୁ ବେଶ ଆପଣାର କରିପାରିଛନ୍ତି । ତେବେ ଜାଣିଛନ୍ତି କି ଏହି କଳାକାରମାନେ ସେମାନଙ୍କ ଅଭିନୟ ପାଇଁ କେତେ ଫିସ୍ ଦାବି କରନ୍ତି । ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ମହଙ୍ଗା ଶିଶୁ କଳାକାରଙ୍କ ସମ୍ପର୍କରେ।

{"id":110838,"width":580,"height":580}

ଏଭଳି ଜଣେ କଳାକାର ହେଉଛନ୍ତି ହର୍ଷାଲି ମହ୍ଲୋତ୍ରା। ହର୍ଷାଲି ସଲମାନ ଖାନଙ୍କ ବଜରଙ୍ଗି ଭାଇଜାନରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ଅଭିନୟ କରିବା ପରେ ଖାଲି ଇଣ୍ଡଷ୍ଟ୍ରି ନୁହେଁ ହର୍ଷାଲିଙ୍କ ପ୍ରସିଦ୍ଧି ବେଶ ବଢିଯାଇଥିଲା। ଏହି ଫିଲ୍ମରେ ଅଭିନୟ ପାଇଁ ହର୍ଷାଲିଙ୍କୁ ବେଶ ମୋଟା ଅଙ୍କର ଫିସ ମଧ୍ୟ ମିଳିଥିଲା।  ହର୍ଷାଲିଙ୍କ ଭଳି ବଲିଉଡର ଅନ୍ୟ ଜଣେ ମହଙ୍ଗା ଶିଶୁ କଳାକାର ହେଉଛନ୍ତି ସାରା ଅର୍ଜୁନ।  ସାରା ଐଶ୍ବର୍ଯ୍ୟା ରାୟଙ୍କ ସହ ଫିଲ୍ମ ଜଜବାରେ କାମ କରିଥିଲେ। ଏହା ବ୍ୟତୀତ ସେ ଇର୍ଫାନଙ୍କ ସହ ଏକ ହଲିଉଡ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ତେବେ ସାରାଙ୍କ ଫିସ ସମ୍ପର୍କରେ ଜଣାପଡି ନାହିଁ ।

{"id":110839}

କେବଳ ହର୍ଷାଲି ଅଥବା ସାରା ନୁହଁନ୍ତି ଇଣ୍ଡଷ୍ଟ୍ରିରେ ଦିଆ ଚଲଓ୍ବାଡ ଓ ମିଖାଇ ଗାନ୍ଧିଙ୍କୁ ମଧ୍ୟ ଦାମୀ ଶିଶୁ କଳାକାରଙ୍କ ମଧ୍ୟରେ ଗଣାଯାଏ । ଦିଆ ଅନେକ ଫିଲ୍ମରେ କାମ କଲେଣି । ସେ ଫିଲ୍ମରେ ଗୋଟିଏ ଦିନ ଅଭିନୟ ପାଇଁ ୨୫ ହଜାର ଟଙ୍କା ଚାର୍ଜ କରିଥାନ୍ତି । କେବଳ ଫିଲ୍ମ ନୁହେଁ ବିଜ୍ଞାପନ ଫିଲ୍ମ ପାଇଁ ମଧ୍ୟ ସେ ଦୈନିକ ୫୦ରୁ ୬୦ ହଜାର ଟଙ୍କା ନେଇଥାନ୍ତି। ସେହିପରି ବାୟୋପିକ୍ ଫିଲ୍ମ ସଚ୍ଚିନ ରେ କ୍ରିକେଟଷ୍ଟାର ସଚ୍ଚିନ ତେନ୍ଦୁଲକାରଙ୍କ ପିଲାଦିନ ଚରିତ୍ରରେ ଅଭିନୟ କରିଥିଲେ ମିଖାଇଲ ଗାନ୍ଧି। ସେ କେବଳ ଫିଲ୍ମ ନୁହେଁ ଏଡ ଫିଲ୍ମରେ ମଧ୍ୟ ଅଭିନୟ କରନ୍ତି। ଏଥିପାଇଁ ସେ ଦୈନିକ ୩୦ ହଜାର ଟଙ୍କା ଫିସ ନିଅନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.