ପ୍ରଗତିଶୀଳ ତାଲିକା ଶୀର୍ଷରେ ଗଜପତି, ନୀତି ଆୟୋଗ ସର୍ଭେ ରିପୋର୍ଟରେ ନମ୍ୱର ଓ୍ୱାନ୍

Published By : Prameya-News7 Bureau | October 02, 2021 IST

ଗଜପତି ୦୨/୧୦: କେନ୍ଦ୍ର ନୀତି ଆୟୋଗଙ୍କ ଜାତୀୟ ସ୍ତରରେ ପ୍ରଗତିଶୀଳ ତାଲିକାରେ ଶୀର୍ଷରେ ରହିଛି ଗଜପତି ଜିଲ୍ଲା । ୧୧୨ ଟି ଜିଲ୍ଲାକୁ ନେଇ ପ୍ରସ୍ତୁତ ସର୍ଭେ ଅନୁସାରେ ଗଜପତି ଜିଲ୍ଲାରେ ଗତ ତିନି ମାସ ମଧ୍ୟରେ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା, କୃଷି ଓ ଜଳସମ୍ପଦ, ମୈାଳିକ ଭିତ୍ତିଭୂମି ବିକାଶ ତଥା ଆର୍ଥିକ ଅଭିବୃଦ୍ଧି ସହ ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ହେଉଥିବା ସକାରାତ୍ମକ ପ୍ରତିଯୋଗିତାରେ ଅଗଷ୍ଟ ମାସର ଡେଲ଼ଟା ରେଟିଂ ପ୍ରକାଶିତ ହୋଇଛି ।

ଯେଉଁଥିରେ ପ୍ରଥମ ସ୍ଥାନ ହାସଲ କରି ଶୀର୍ଷରେ ରହିଛି ଗଜପତି ଜିଲ୍ଲା । କୃଷି ଓ ଜଳସମ୍ପଦ ବିକାଶ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମୈାଳିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନରେ ରହିଛି ଗଜପତି ଜିଲ୍ଲା ।

wp:gallery {"ids":[520928],"linkTo":"none"} /wp:gallery

ଦେଶରେ ସାମଗ୍ରିକ ଭାବେ ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଗୁଁ ୫କୋଟି ଓ ବିଷୟ ଭିତ୍ତିରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଯୋଗୁ ଅତିରିକ୍ତ ୬କୋଟି ଅର୍ଥରାଶି ଅନୁଦାନ ପାଇବ ଗଜପତି ଜିଲ୍ଲା । ଏନେଇ ସୂଚନା ଦେଇ ଗଜପତି ଜିଲ୍ଲାପାଳ ଜିଲ୍ଲାର ସମସ୍ତ କର୍ମଚାରୀଙ୍କୁ ଉତ୍ସାହିତ କରିବା ସହ ଅପହଞ୍ଚ ଇଲାକାର ସାମୁହିକ ବିକାଶ ପାଇଁ ସମସ୍ତଙ୍କ ମିଳିତ ଉଦ୍ୟମ ପାଇଁ ଆହ୍ବାନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.