Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆନ୍ଧ୍ର-ଓଡିଶା ସୀମାରେ ଗୁଳିବିନିମୟ, ପୋଲିସ ଗୁଳିରେ ମାଓ ଲିଡର ରାମକ୍ରିଷ୍ଣା ନିହତ

26/07/2020 at 3:18 PM

ମାଲକାନଗିରି ୨୬।୭: ପୋଲିସ ଅପରେସନରେ ଟପ୍ ମାଓ ଲିଡର ଅକ୍କା ରାଜୁ ହର ଗୋପାଳ ଓରଫ ରାମକ୍ରିଷ୍ଣା ନିହତ ହୋଇଛନ୍ତି । ଆନ୍ଧ୍ର-ଓଡିଶା ସୀମାରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି ।

ସୂଚନାଯୋଗ୍ୟ ଯେ, ଏହି ଅଞ୍ଚଳରେ ମାଓନେତା ରାମକ୍ରିଷ୍ଣା ସହ ଅନେକ ଟପ୍ ମାଓ ନେତା ଡେରା ପକାଇଥିବା ଖବର ପାଇଥିଲା ପୋଲିସ । ଖବର ପାଇ ସଂପୃକ୍ତ ଅଞ୍ଚଳରେ ଚଢାଉ ପୋଲିସ କରିଥିଲା । ଉଭୟ ପଟରୁ ଗୁଳି ବିନିମୟ ହୋଇଥିଲା । ଏଥିରେ ରାମକ୍ରିଷ୍ଣା ପ୍ରାଣ ହରାଇଥିବା ବେଳେ ଆଉ କିଛି ମାଓନେତା ଖସି ଯାଇଥିବା ସୂଚନା ମିଳିଛି ।

ଘଟଣାସ୍ଥଳରୁ ଗୋଟିଏ ଥ୍ରୀ-ନଟ୍-ଥ୍ରୀ ବନ୍ଧୁକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଜଙ୍ଗଲ ଭିତରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡିଛି ।

   Related Posts