ମାଓ ନେତା ରମନ୍ନାଙ୍କ ହୃଦଘାତରେ ମୃତ୍ୟୁ, ଜାଣନ୍ତୁ ତାଙ୍କ ମୁଣ୍ଡରେ ଥିଲା କେତେ ଟଙ୍କାର ପୁରସ୍କାର

Published By : Prameya-News7 Bureau | December 10, 2019 IST

ସୁକମା : ଛତିଶଗଡର ମୋଷ୍ଟ ୱାଣ୍ଟେଡ ନକ୍ସଲ କମାଣ୍ଡର ରମନ୍ନା ଓରଫ ସନ୍ତୋଷ ରାବୁଲା ଶ୍ରୀନିବାସନର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ମାଓ ସଙ୍ଗଠନ ଏପର୍ଯ୍ୟନ୍ତ ଘଟଣାର ପୁଷ୍ଟି କରିନି। ରମନ୍ନା ଅଣ୍ଡରଗ୍ରାଉଣ୍ଡ ଥିବା ବେଳେ ହୃଦଘାତ ଯୋଗୁ ପ୍ରାଣ ହରାଇଥିବାର ଗୁଇନ୍ଦା ସୂଚନା ମିଳିଛି। ଯାହା ଛତିଶଗଡ ସମେତ ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ, ଓଡିଶା, ତେଲେଙ୍ଗାନା ଓ ମହାରାଷ୍ଟ୍ର ଆଦି ରାଜ୍ୟ ସରକାରଙ୍କ ଲାଗି ଆଶ୍ୱସ୍ତିକର ହୋଇଥିଲେ ହେଁ ଖବର ସ୍ପଷ୍ଟ ହୋଇନଥିବାରୁ ସମସ୍ତେ ସନ୍ଦେହରେ ରହିଛନ୍ତି।

{"id":196181,"sizeSlug":"large"}

ରମନ୍ନା ମୂଳ ଆନ୍ଧ୍ରପ୍ରଦେଶର ଅଧିବାସୀ । ତେବେ ସେ ସିପିଆଇ (ମାଓବାଦୀ) ସେଣ୍ଟ୍ରାଲ କମିଟିର ସଦସ୍ୟ ଥିଲା। ଦୀର୍ଘ ଏକଦଶକରୁ ଅଧିକ କାଳ ଧରି ସେ ଝାରଖଣ୍ଡ, ଛତିଶଗଡ, ଓଡିଶା, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ମାଓ ଗତିବିଧି ନିୟନ୍ତ୍ରିତ କରି ଆସୁଥିବାବେଳେ ଅନେକ ବଡ ଆକ୍ରମଣ ବି କରାଇଥିଲା। ଯେଉଁଥିରେ ସୁକମା, ତାଡମେଟଲା ଓ ଦରଭା ଆଦି ଘାଟି ଆକ୍ରମଣକୁ ବି ସାମିଲ କରାଯାଇପାରେ। ସୁକମାରେ ୨୫ ଓ ତାଡମେଟାଲରେ ୭୬ ଜଣ ଜବାନ ଶହିଦ ହୋଇଥିବା ବେଳେ ଦରଭା ଘାଟିରେ ରାମନ୍ନାର ଅମ୍ବୁସ୍ ଯୋଗୁ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା।

{"align":"center","id":196182,"width":483,"height":322,"sizeSlug":"large"}

ସେ ସିପିଆଇ (ମାଓବାଦୀ)  ସେଣ୍ଟ୍ରାଲ କମିଟି ସଦସ୍ୟ ସମେତ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମଧ୍ୟ ସଦସ୍ୟ ଥିଲା। ସୁକମାରେ ସକ୍ରିୟ ବରିଷ୍ଠ ମାଓ ନେତାଙ୍କ ମଧ୍ୟରେ ରମନ୍ନା ଶିର୍ଷ ନେତା ଥିଲା। ଏଣୁ ଛତିଶଗଡ ସରକାର ରମନ୍ନାକୁ ଜୀବନ୍ତ ଅଥବା ମୃତ ଧରାଇଦେଲେ ୪୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ସେହିପରି ମହାରାଷ୍ଟ୍ର ସରକାର ୬୦ଲକ୍ଷ ଟଙ୍କା ଘୋଷଣା କରିଥିବା ବେଳେ ତେଲେଙ୍ଗାନା ସରକାର ୨୫ ଓ ଝାରଖଣ୍ଡ ସରକାର ୧୨ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।

{"id":196183,"width":578,"height":433,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.